ଭୁବନେଶ୍ୱର/ପୁରୀ– ଶୃଙ୍ଖଳିତ ବାହୁଡ଼ା ଯାତ୍ରା ପାଇଁ ସ୍ଥିତି ଅନୁଧ୍ୟାନ କରିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ପୋଲିସ ଅଧିକାରୀ ଏବଂ ସେବାୟତଙ୍କ ସହ ସେ ଆଲୋଚନା କରିଛନ୍ତି । ସାଧାରଣ ଲୋକଙ୍କୁ ଭେଟି ଶାନ୍ତି ଶୃଙ୍ଖଳା ରଖିବା ପାଇଁ ନିବେଦନ କରିଛନ୍ତି । ବାହୁଡ଼ା ଯାତ୍ରା ପାଇଁ ସରକାରଙ୍କ ପକ୍ଷରୁ ଯାହା ଏସଓପି କରାଯାଇଛି, ତାକୁ ସମସ୍ତେ ପାଳନ କରିବା ଆବଶ୍ୟକ । ସେ ସେବାୟତ ହୁଅନ୍ତୁ ବା ଭକ୍ତ ସମସ୍ତେ ପ୍ରଶାସନକୁ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସୂର୍ଯ୍ୟବଂଶୀ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ଉପସ୍ଥିତ ରହିବୁ । ନୀତିକାନ୍ତି ଶୃଙ୍ଖଳିତ ହେବା ପାଇଁ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ରତ୍ନଭଣ୍ଡାର ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ସରକାର ଯାହା କହିଛନ୍ତି, ତାହା ପାଳନ କରିବେ ।
Related Stories
November 22, 2024