ଜମ୍ମୁ– 4875 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ ଅମରନାଥ ଗୁମ୍ଫା ଅଭିମୁଖେ ଜମ୍ମୁର ଭଗବତୀ ନଗର ଆଧାର ଶିବିରରୁ କଶ୍ମୀର ଘାଟି ଯାତ୍ରା କରିଛନ୍ତି ।ତୀର୍ଥଯାତ୍ରୀ ସୋମବାର ସକାଳେ 162 ଗାଡିର କାଫିଲାରେ ଜମ୍ମୁ ଆଧାର ଶିବିରରୁ ବାହାରିଛନ୍ତି । ବ୍ୟାଚରେ 3464 ପୁରୁଷ, 1333 ମହିଳା, 14 ପିଲା 57 ସାଧୁ ଓ 7 ସାଧ୍ୱୀ ଅଛନ୍ତି । ଏମାନଙ୍କ ମଧ୍ୟରୁ 1918 ତୀର୍ଥଯାତ୍ରୀ ସକାଳ 3.05 ମିନିଟ ସମୟରେ ବାଲଟାଲ ଆଧାର ଶିବିର ଓ 2957 ତୀର୍ଥଯାତ୍ରୀ ପହଲଗାମ ଆଧାର ଶିବିର ଯାଇଛନ୍ତି, ଯେଉଁଠାରୁ ସେମାନେ ଗୁମ୍ଫା ଅଭିମୁଖେ ଯାତ୍ରା କରିବେ । ଏବେ ସୁଦ୍ଧା 3ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବାବା ବର୍ଫାନୀଙ୍କ ଦର୍ଶନ କରିସାରିଲେଣି ।