ୱାଶିଂଟନ– ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ, ‘ନିର୍ବାଚନୀ ବର୍ଷରେ ହିଂସା ହେବାର ଆଶଙ୍କା ରହିଛି ବୋଲି ସୁରକ୍ଷା ଅଧିକାରୀ ଚେତାବନୀ ଦେଇଛନ୍ତି । ଏହି ସମୟ ଶାନ୍ତ ରହିବାର ସମୟ ଅଟେ । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାନ୍ତିପୂର୍ଣ୍ଣ ଢଙ୍ଗରେ କାମ କରିବା ଆବଶ୍ୟକ । ସେ ପ୍ରାଇମ ଟାଇମ ସମ୍ବୋଧନରେ ଏହି ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଦେଇଛନ୍ତି । ଆକ୍ରମଣରେ ଗୁଳି ପଡିବା କାରଣରୁ ଟ୍ରମ୍ପ ଆହତ ହୋଇଛନ୍ତି ।
ଟ୍ରମ୍ପ କହିଛନ୍ତି ଆମେ ଯୁକ୍ତି କରୁ ଏବଂ ଅସହମତି ପ୍ରକାଶ କରୁ । ଆମେ ପ୍ରାର୍ଥୀଙ୍କ ଚରିତ୍ର, ରେକର୍ଡ, ପ୍ରସଙ୍ଗ, ଏଜେଣ୍ଡା ଓ ଭିଜନର ତୁଳନା ବି କରୁ । ଆମେ ଭୋଟରଙ୍କ ସାହାରା ନେଉ, ଗୁଳିର ନୁହେଁ । ଆମେରିକାକୁ ବଦଳାଇବାର ଶକ୍ତି ସବୁବେଳେ ସାଧାରଣ ଲୋକଙ୍କ ହାତରେ ହେବା ଆବଶ୍ୟକ, ହତ୍ୟାକରୀର ହାତରେ ନୁହେଁ । ଅନ୍ୟପଟେ ଦ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ ଅନୁସାରେ, ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଗୁଳି ଲାଗିବାର ଦିନକ ପରେ ରିପବ୍ଲିକାନ ନ୍ୟାସନାଲ କନଭେନସ ପାଇଁ ମିଲ୍ୱୋକୀରେ ପହଂଚିଛନ୍ତି ।