
ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ତୁକଲା ସ୍ଥିତ ସୁଲୋଚନା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟର ୨୦ ତମ ବାର୍ଷିକ ଉସôବ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରତିÂାତା ସମ୍ପାଦକ ଫକୀର ମୋହନ ଜଗତଙ୍କ ସଭାପତିତ୍ୱରେ ଅନୁÂିତ ଉସôବରେ ମୁଖ୍ୟଅତିଥି ଭାବରେ ଅବସରପ୍ରାପ୍ତ ଯୋଗାଣ ଅଧିକାରୀ ବଲ୍ଲଭ ଦାଶ, ମୁଖ୍ୟବକ୍ତା ଭାବରେ ଜୟପ୍ରକାଶ ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟାପକ ପରମେଶ୍ୱର ମୁଣ୍ଡ ଏବଂ ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ମାଧବ ମହାନନ୍ଦ ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତରଞ୍ଜନ ଦୁବେ ପ୍ରମୁଖ ମଂଚାସିନ ଥିଲେ । ଶିକ୍ଷୟିତ୍ରୀ ସୁନୀତା ଦାଶ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସୁରେନ୍ଦ୍ର ନାଥ ଅଦା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ତୁକଲା ଗ୍ରାମର ଅବସରପ୍ରାପ୍ତ ସୌନିକ ମାନଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ବାର୍ଷିକ ଉସôବରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।