
ଭୁବନେଶ୍ୱର– ବିଶ୍ୱ ଯୁବ ଦକ୍ଷତା ଦିବସ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଯୁବଶକ୍ତିଙ୍କୁ ଶୁଭକାମନା ଜଣାଉଛି। ଯୁବଶକ୍ତିଙ୍କର ବିକାଶରେ ହିଁ ଦେଶ ତଥା ରାଜ୍ଯର ବିକାଶ ସମ୍ଭବ ହୋଇଥାଏ। ନୂଆପିଢ଼ିଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ଆତ୍ମନିର୍ଭର କରିବା ଆମର କର୍ତ୍ତବ୍ୟ। ଭବିଷ୍ୟତକୁ ଆଖିରେ ରଖି ସେମାନଙ୍କ ପାଇଁ ଏକ ଉପଯୁକ୍ତ ଏବଂ ଅତ୍ୟାଧୁନିକ ଶୈକ୍ଷିକ ପରିବେଶ ଯୋଗାଇଦିଆଯିବ, ଯଦ୍ୱାରା ସେମାନେ ଦେଶ ତଥା ସମଗ୍ର ବିଶ୍ଵରେ ପରିବର୍ତ୍ତନ ଆଣିବାରେ ଦୃଢ ନେତୃତ୍ଵ ନେବେ।