ବ୍ରହ୍ମପୁର,ଦୀର୍ଘ୨୪ବର୍ଷପରେ ସରକାର ବଦଳି ନୂତନସରକାର ଗଠନ ହେବା ପରେ ବିଗତ ଦିନ ମାନଙ୍କରେ ଯେପରି ଅମଲାତନ୍ତ୍ର ଶାସନ ଚାଲିଥିଲା ସେଥିରେ ଅତିଷ୍ଠ ହୋଇ ରହିଥିବା ଜନପ୍ରତିନିଧୀ ମନେ ନିଜକୁ ସୁରକ୍ଷିତ ମଣୁନଥିଲେ। ଏପରିକି ଲୋକଙ୍କ ଠାରେ ଉତ୍ତରଦାୟିତ୍ବ ଜନପ୍ରତିନିଧୀ ମାନେ ହୋଇଥିଲେ ସୁଧା ପ୍ରଶାସନିକ ଅତ୍ରାଧିକ ଚାପ ରେ କୌଣସି ପ୍ରକାର କାର୍ଯ୍ୟକରିବାର ସୁଯୋଗ ପାଇପାରୁନଥିଲେ।ସ˚ପ୍ରତି ସରକାର ବଦଳିବା ପରେ କିପରି ଜନପ୍ରତିନିଧୀ ମାନେ ମୁର୍ଡ ଖୋଲି ଅଧିକାରୀଙ୍କ ଉପରେ ଭାଉ ଦେଖାଉଛନ୍ତି ତାହା ଆଜି ବ୍ରହ୍ମପୁର ମହାନଗୀ ନିଗମ ସାଧାରଣ ବୈଠକରେ ଦେଖିବାକୁ ମିଳିଛି।ବର୍ଷବର୍ଷ ଧରି ଜନପ୍ରତିନିଧୀଙ୍କ ମନରେ ରହିଥିବା ପୁଞ୍ଜିଭୁତର ଅସନ୍ତୋଷକୁ ଆଜି ପରିପ୍ରକାଶ କରି କିପରି ସାଧାରଣରେ ହଟହଟା ହେଉଛନ୍ତି ତାହାକୁ ବଖାଣିଥିଲେ। ମେୟର ସ˚ଘମିତ୍ରା ଦଳେଇଙ୍କ ଅଧୢକ୍ଷିାରେ ଅନୁଷ୍ଠିତ ବୈଠକରେ ରାଜ୍ୟ ବାଣିଜ୍ୟ, ପରିବହନ, ଶିଳ୍ପ ଓ ଖଣି ମନ୍ତ୍ରୀ ବିମୁତି ଭୂଷଣ ଜେନା ଯୋଗଦେଇ କହିଲେ କାର୍ଯ୍ୟକରିବାର ମନୋଭାବକୁ ବଦଳାଅ।ଯଦି କାର୍ଯ୍ୟକରିପାରିବ ନାହିଁ ତେବେ ବିଦା ହେବ।କାରଣ ଜନସାଧାରଣଙ୍କ ଠାରେ କାର୍ଯ୍ୟକରିବାର ଉତ୍ତରଦାୟିତ୍ବ ଜନପ୍ରତିନିଧୀଙ୍କର ଯଦି ସେମାନଙ୍କ କାର୍ଯ୍ୟକୁ ଅଧିକାରୀ ମାନେ ସହଯୋଗ କରିବେ ନାହିଁ ତେବେ ବିଦା ହେବା ସୁନିଶ୍ଚିତ ବୋଲି ପ୍ରତ୍ୟକ୍ଷରେ ତାଗିଦ କରିଥିଲେ।ସହରର ପ୍ରମୁଖ ସମସ୍ୟା ଜଳଯୋଗାଣ ଉପରେ ପ୍ରଥମେ ବୈଠକରେ ଆଲୋଚନା ହୋଇଥିଲା। ଵାଟକୋ ମହାପ୍ରବନ୍ଧକ ଇ˚.ବିକାଶ ପାଢ଼ି ସହରର ଜଳଯୋଗାଣର ସ˚କ୍ଷିପ୍ତ ବିବରଣୀ ଉପରେ ସମ୍ୟକ ସୂଚନା ଦେବା ବେଳେ ସହରରେ ଲାଗି ରହିଥିବା ଜଳସମସ୍ୟାର ସ୍ଥାୟୀ ସମାଧାନ ନେଇ ପ୍ରାୟ ସମସ୍ତ କର୍ପୋରେଟର ମାନେ ଉଦବଗ ପ୍ରକାଶ କରିଥିଲେ।,ଭଳି ଅଭିଯୋଗ ଉପରେ ବୈଠକରେ ଉପସ୍ଥିତ ଥିବା ବ୍ରହ୍ମପୁର ସା˚ସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ କହିଲେ ୨୦୧୯ ମାର୍ଚ୍ଚ୩ରେ ସହରର ଉତ୍ସଯ ଜଳସମସ୍ୟାର ସୁଧାର ଆଣିବା ନେଇ ଜାନିବିଲି ବୃହତ ଜଳପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା। ଇତି ମଧୢରେ ସାଢେ଼୫ବର୍ଷ ବିତିଯାଇଥିଲେ ସୁଧା ଆଜି ସୁଧା ସହରବାସୀଙ୍କୁ ଜଳଯୋଗାଣର ସରକଳୀକରଣ କାହିଁକି ହୋଇପାରିନାହିଁ ଏହାର କାରଣ ଓ ସମାଧାନ କିପରି ହେବ ସେଦିଗରେ ବିଭାଗୀ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ। ଏପରିକି ଆଗାମୀ ୧୫ଦିନ ମଧୢରେ ସହରରେ ଲାଗି ରହିଥିବା ଜଳସମସ୍ୟାର ସମାଧାନ କରିବ ଉପରେ ଗୁରୁତ୍ବ ଦେବା ସହ ସ୍ଥାନୀୟ ଜନପ୍ରତିନିଧୀଙ୍କ ସହଯୋଗରେ କାର୍ଯ୍ୟକରିବ ବୋଲି ନିର୍ଦ୍ଧେଶ ଦେଇଥିଲେ।ସେହିପରି ବିଦ୍ୟୁତ ସରାବରାହ କ୍ଷେତ୍ରରେ ମଧୢ ବ୍ୟାପକ ସମସ୍ୟା ଲାଗି ରହିଛି।ଟାଟାପାଵାରଆସିବା ପର ଠାରୁ କେବଳ ଉତ୍ତମ ସେବା ନାମରେ ଜନସାଧାରଣଙ୍କୁ ଲୁଟିବାରେ ଲାଗିଛି ବୋଲି ବହୁ କର୍ପୋରେଟର ପାଟିକରିବା ସହ ବିଧାୟକ କେ.ଅନୀଲ କୁମାର ସ୍ମାର୍ଟ ମିଟର ନାମରେ କିପରି ଉପଭୋକ୍ତାଙ୍କୁ ଲୁଟ କରାଯାଉଛି ତାହାର ଜ୍ବଳନ୍ତ ଉଦାହରଣ ଦେଖାଇଥିଲେ।ବାରମ୍ବାର ବିଦ୍ୟୁତକାଟ ସାଙ୍ଗକୁ ଲୋଭୋଲେଟେଜ ସମସ୍ୟା ସଦାସର୍ବଦା ଲାଗି ରହିଛି ସହରର ସମସ୍ତ ରାସ୍ତାଘାଟରେ ବିଦ୍ୟୁତ ତାର ଏଭଳି ଭାବେ ଉନ୍ଦି ହୋଇ ରହିଛି ସେଥିପ୍ରତି ବିଭାଗ ଦୃଷ୍ଟି ଦେଉନି କେବଳ ବିଦ୍ୟୁତ ବିଲ କିପରି ଆଦା କରାଯିବ ସେଉପରେ ଅତ୍ୟାଧିକ ଗୁରୁତ୍ବ ଦେଉଛି ବୋଲି ଏକାସ୍ବରରେ ସମସ୍ତ କର୍ପୋରେଟର ପାଟିକରିଥିଲେ।ବୈଠକରେ ସମସ୍ତ ଜନପ୍ରତିନିଧୀଙ୍କ ଏଭଳି ଅଭିଯୋଗରେ ସ˚ସଦ ଓ ମନ୍ତ୍ରୀ ହସ୍ତକ୍ଷେପ କରି ପ୍ରଥମେ ଉତ୍ତମ ସେବା ଦେବା ସହ ୨୦୧୪ରେ ବ୍ରହ୍ମପୁର ସହରକୁ ଅଣ୍ତରଗ୍ରାଉଣ୍ତ ବିଦ୍ୟୁତ ଯୋଗାଣ ନେଇ ଏକହଜାର କୋଟିର ଏକ ଡିପିଆର ପ୍ରସ୍ତୁତ କରାଯାଇଥିଲା। ଆଜିକୁ ୧୦ବର୍ଷ ବିତିଯାିଥିଲେ ସୁଧା ସେଦିଗରେ କୌଣସି ଗୁରୁତ୍ବ ଦିଆଯାଇନାହିଁ ତେଣୁ ପ୍ରଥମେ ସମସ୍ୟା ସମାଧାନ କରିବା ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଧେଶ ଦେଇଥିଲେ।ଏହାପରେ ର୍ଡେନେଜ ହିଭିଜନ ପକ୍ଷରୁ ସହରର ଉଭୟପାର୍ଶ୍ବରେ ଥିବା ବାହାନା ନାଳ ଓ ସାପୁଆନାଳର ପୁନରୁଦ୍ଧାର ନେଇ କଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ଉପରେ ଆଲୋଚନା କରିଥିଲେ।ତେବେ ବିଭାଗୀୟ ଅଧିକ୍ଷଣ ଯନ୍ତ୍ରୀ ଜବରଦଖଲ ଯୋଗୁଁ ବିଭିନ୍ନ ସ୍ଥାନରେ କାର୍ଯ୍ୟକରିବାରେ ସମସ୍ୟା ଦେଖାଦେଉଛି ବୋଲି କହିବା ସହ ସ˚ପ୍ରତି ଉଭୟନାଳକୁ ସଫା କରାଯାଉଛି ବୋଲି କହିଥିଲେ।ବିଭାଗୀୟ ଅଧିକାରୀଙ୍କ ,ଭଳି ଉତ୍ତରକୁ ସମସ୍ତ କର୍ପୋରେଟର ବିରୋଧ କରିବା ସହ ବର୍ଷା ଆସିଲେ କେବଳ ଲୋକଦେଖାଣିଆ ଭାବେ କିଛି ଅଞ୍ଚଳକୁ ସଫା କରାଯାଉଛି ଏପରିକି ନାଳରୁ ବାହାରୁଥିବା ଦଳକୁ ନାଳର ଉଭୟ ପାର୍ଶ୍ବ ହୁଡାରେ ପକାଇବା ଦ୍ବାରା ଅତ୍ୟାଧିକ ବର୍ଷା ହେଲେ ସେଗୁଡାକ ପୁଣିଥରେ ନାଳଭିତରେ ପଡି ରହି କୃତ୍ରିମ ବନ୍ୟାଭଳି ପରିସ୍ଥିତି ସୃଷ୍ଟି କରୁଛି ବୋଲି କହିଥିଲେ।,ଭଳି ସମସ୍ୟା ସହର ସାରା ଲାଗି ରହିଥିବା ବେଳେ ବିଭାଗ ପକ୍ଷରୁ କୌଣସି ପ୍ରକାର ଗୁରୁତ୍ବ ଦିଆଯାଉନାହିଁ ଏପରିକି ଅଧିକାରୀଙ୍କୁ ସୂଚନା ଦେଲେ ମଧୢ ତାହାକୁ ଗ୍ରହଣ କରୁନଥିବାନେଇ କେତକ କର୍ପୋରେଟର ମତବ୍ୟକ୍ତ କରିଥିଲେ।ସା˚ସଦଡ.ପାଣିଗ୍ରାହୀ କହିଲେ ବିଭାଗୀୟ ଅଧିକାରୀ ମାନେ ଆଜି ସୁଧା କେବେ ହେଲେ ସ୍ଥିତି ଅନୁଧୢାନ କରୁନାହାଁନ୍ତି ଏପରିକି ଜନପ୍ରତିନିଧୀଙ୍କ ସହଯୋଗ ଲୋଡୁନାହାଁନ୍ତି ଯାଦ୍ବାରା ଉକ୍ତ ଦୁଇନାଳ ଆଜି ପର୍ଯ୍ୟନ୍ତ ଅବହେଳିତ ହୋଇ ରହିଛି। ଆଗାୀ ତିନିଦିନ ମଧୢରେ ସମସ୍ତ ଜନପ୍ରତିିନିଧୀଙ୍କ ସହଯୋଗରେ ସ୍ଥିତି ଅନୁଧୢାନ କରି ଜଳ ନିଷ୍କାସନକୁ ସୁଗମ କରିବା ଉପରେ ଗୁରୁତ୍ବାରୋପ କରିଥିଲେ।ସେହିପରି ବିଏମସିରେ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାିଁ ମାସ ମାସ ସମୟ ଲାଗୁଥିବା ବେଳେ ଏଠାରେ କାର୍ଯ୍ୟରତ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସହରବାସୀ ନାହିଁନଥିବାର ସମସ୍ୟା ଭୋଗୁଛନ୍ତି ବୋଲି ମେୟର ଠାରୁ ଆରମ୍ଭ କରି ସମସ୍ତ କର୍ପୋରେଟର ମାନେ କ୍ଷୋଭ ପ୍ରକାଶ କରିଥିଲେ।ଏଭଳି ସମସ୍ୟାକୁ ଦେଖି ବୈଠକରେ ଉଦବେଗ ପ୍ରକାଶ ପାଇବା ସହ ଏଣିକି ଆଦେଦନ କରିବାର ୭ଦିନ ମଧୢରେ ପ୍ରମାଣପତ୍ର ଦେବାକୁ ବାଧୢତାମୂଳକ ବୋଲି କହିବା ସହ ପ୍ରତ୍ୟେକ ଦିନ ମେୟର ଓ କମିସନରଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରିବା ଉପରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପରାମାର୍ ଦିଆଯାଇଥିଲା।ସେହିପରି ସହରରେ ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସୁଧାର ଆଣିବା ନେଇ ପୁଲିସ ପକ୍ଷରୁ ଯେଭଳି ଗୁରୁତ୍ବ ଦେବା କଥା ଦିଆଯାଉନାହିଁ।ବିଏମସି ରାସ୍ତାଘାଟ ନାଳର୍ନ୍ଧମା ନିର୍ମାଣ କରୁଛି ସତ କିନ୍ତୁ ପୁଲିସର ଅସହଯୋଗରେ ରାସ୍ତାକଡ ଠେଲାଗାଡି ମାନେ ଟ୍ରାଫିକ ସମସ୍ୟାକୁ ଦ୍ବିଗୁଣିତ କରୁଛନ୍ତି ।ସମସ୍ୟାର କିପରି ସମାଧାନ ହେବ ସେନେଇ ଟ୍ରାଫିକ ଅଧିକାରୀ ସୌଭାଗ୍ୟ ସ୍ବାଇଁ କେତକ ସମସ୍ୟା ଉପରେ ସୂଚନା ଦେବା ସହ ଆଗାମୀ ଦିନରେ ପୁଲିସ ପକ୍ଷରୁ ଏଦିଗରେ ଦଅଢ଼କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।ଏହାପରେ ହରିଶ୍ଚନ୍ଦ୍ର ଯୋଜାନାରେ କିପରି ସହରବାସୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇବା ସହ ପଞ୍ଚାୟତରେ ଯେପରି ସରପଞ୍ଚ ମାନେ ତ୍ବରିତବେଗର ଉକ୍ତ ସହାୟତା ପ୍ରଦାନ କରୁଛନ୍ତି ବିଏମସିରେ ମଧୢ ସେଭଳି ବ୍ୟବସ୍ଥା ଲାଗୁ କରିବାକୁ ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର ପ୍ରସ୍ତାବ ଦେବା ସହ ତୁରନ୍ତ ଏଦିଗରେ କାର୍ଯ୍ୟକରିବାକୁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା। ,ଭଳି ଭାବେ ସହରର ପ୍ରାଥମିତା ଦଅଷ୍ଟିରୁ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଆଜି ବୈଠକରେ ଆଲୋଚନା ହେବା ପରେ ମନ୍ତ୍ରୀ, ସା˚ସଦ ଓ ବିଧାୟକ ବୈଠକ ଛାଡିବା ପରେ ପୂର୍ବନିର୍ଦ୍ଧାରିତ ୧୩ଟି ଏଜେଣ୍ତାକୁ ନେଇ ବୈଠକରେ ଆଲେଚନା କରାଯାଇଥିଲା।ଅନୁଷ୍ଠିତ ବୈଠକରେ ଡେପୁଟିମେୟର ଇ.ବିବେକ ରେଡ୍ଡି, କମିସନର ଭବାନୀପ୍ରସାଦ ମିଶ୍ରଙ୍କ ସମେତ ସମସ୍ତ ଲାଇନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
Related Stories
November 23, 2024