
ଭୁବନେଶ୍ୱର/ଯଶିପୁର – ମୟୂରଭଂଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ ଲଘୁଖଣିଜ ମାଫିଆ ସକ୍ରିୟ ।କରଞ୍ଜିଆରୁ ଯଶିପୁର ଥାନା ନଅଣା ଗାଁକୁ ମାଙ୍କଡ଼ା ପଥର ଚୋରା ଚାଲାଣ ହେଉଥିବା ବେଳେ ମାଡି ବସିଲା ଯଶିପୁର ପୋଲିସ । ୩ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟର ଜବତ ହୋଇଥିବା ବେଳେ୨ଜଣଙ୍କୁ ଗିରଫ କରାଯାଇଛି ।ଗତ କାଲି ବିଳମ୍ୱିତ ରାତିରେ ଯଶିପୁର- ରରୁଆଁ ରୋଡ଼ ଟିଙ୍ଗିରିଆ ଆଦର୍ଶ ବିଦ୍ୟାଳୟ ପାଖରେ ପୂର୍ବରୁ ଖବର ପାଇ ଛକି ବସିଥିଲା ଯଶିପୁର ପୋଲିସ ।ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ମାନେ ଖସି ଯାଇଥିବା ବେଳେ ଏସ୍କୋର୍ଟ ଗାଡ଼ିରେ ଥିବା ୨ ମାଫିଆଙ୍କୁ ଗିରଫ କରିବାରେ ସଫଳ ହେଇଛି ପୋଲିସ ।ଏ ନେଇ ଏକ ଯଶିପୁର ଥାନାରେ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ଯଶିପୁର ପୋଲିସ ।