ଭୁବନେଶ୍ୱର – ଯୁବ କଂଗ୍ରେସ ସଭାପତି ପରିବର୍ତନ କରିବାର କ୍ଷମତା ପ୍ରଦେଶ କଂଗ୍ରେସ କମିଟିର ନାହିଁ । ତାକୁ ଭାରତୀୟ ଯୁବ କଂଗ୍ରେସ ହିଁ ପରିବର୍ତନ କରିପାରିବ । ଓଡିଶାରେ ନୂଆ ଯୁବ କଂଗ୍ରେସ ସଭାପତି ହୋଇଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେମିତି ହେଲା ? ପିସିସି କୁ ଏହି ଅଧିକାର ଦେଲା କିଏ ବୋଲି ଓଡିଶା ଗସ୍ତରେ ଆସିଥିବା ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀ ପ୍ରଶ୍ନ କରିଛନ୍ତି ।
ପୂର୍ବତନ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ବର୍ତମାନ ଉପସ୍ଥିତ ଅଛନ୍ତି । ଯୁବ କଂଗ୍ରେସ ସଭାପତି ଚୟନ କମିଟି ଗଠନ ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ ଏହା କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ସୋମବାର ଦିନ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁÂିତ ହେଉଛି ।