
ଜମ୍ମୁ– 4889 ଅମରନାଥ ତୀର୍ଥଯାତ୍ରୀଙ୍କ ନୂଆ ବ୍ୟାଚ ରବିବାର ଜମ୍ମୁରୁ କଶ୍ମୀର ପାଇଁ ପହଲଗାମ ଓ ବାଲଟାଲ ବେସ କ୍ୟାମ୍ପ ଅଭିମୁଖେ ଗସ୍ତ କରିଛନ୍ତି । ତୀର୍ଥଯାତ୍ରୀ କଡା ସୁରକ୍ଷା ମଧ୍ୟରେ ସକାଳ ପ୍ରାୟ 3ଟା ବେଳେ 187 ଗାଡିର କାଫିଲାରେ ଜମ୍ମୁର ଭଗବତୀ ନଗର ବେସକ୍ୟାମ୍ପରୁ ବାହାରିଛନ୍ତି । ଏହି ବ୍ୟାଚରେ 5ଶହ ମହିଳା, 11ଜଣ ପିଲାଙ୍କ ସହିତ 2993ଜଣ ତୀର୍ଥଯାତ୍ରୀ 48 କିଲୋମିଟର ଲମ୍ବା ପାରଂପରିକ ପହଲଗାମ ମାର୍ଗର ବ୍ୟବହାର କରିବେ, ସେହିପରି 1896ଜଣ ତୀର୍ଥଯାତ୍ରୀ ଛୋଟ କିନ୍ତୁ କଷ୍ଟସାଧ୍ୟ ବାଲଟାଲ ରାସ୍ତାରେ ଯିବେ । ଏହି ବ୍ୟାଚକୁ ମିଶାଇ ଜମ୍ମୁରୁ ଅମରନାଥ ଯାତ୍ରା କରିଥିବା ଲୋକଙ୍କ ସଂଖ୍ୟା 91,202 ହୋଇଛି ।