
ନୂଆଦିଲ୍ଲୀ– ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି ପିଏମ ମୋଦି । ସୋସିଆଲ ମିଡିଆ ଏକ୍ସରେ ପିଏମ ମୋଦି କହିଲେ ମୋର ବନ୍ଧୁ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣକୁ ନିନ୍ଦା କରୁଛି । ରାଜନୀତି ଏବଂ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି । ମୃତକ ଏବଂ ଆହତଙ୍କ ପରିଜନଙ୍କୁ ସମବେଦନା ଜଣାଉଛି ।