ଗଞ୍ଜାମ, ଗଂଜାମ ଜିଲା ଶେରଗଡ ବ୍ଳକର ବିଭିନ୍ନ ପୁରପଲ୍ଲୀରେ ନକଲି ଡାକ୍ତର (କ୍ୱାକ)ଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ସରଳ ଅଶିକ୍ଷିତ ଜନସାଧାରଣ ଏମାନଙ୍କ ଦ୍ୱାରା କବଳିତ ହୋଇ ଧନଜୀବନ ହରାଉଛନ୍ତି । ପିତ୍ତଳ ଛକ, ପିତ୍ତଳ ବଜାର ଓ ବଡସାହିରେ ଜନୈକ ନକଲି ଡାକ୍ତର ଶ୍ୟାମସୁନ୍ଦର ପଟ୍ଟନାୟକ ଚିକିତ୍ସା ଆଳରେ ନିରିହ ଅଶିକ୍ଷିତ ଓ ଗରିବ ରୋଗୀ ଠାରୁ ଶହଶହ ଟଙ୍କା ଲୁଣ୍ଠନ କରି ମୃତ୍ୟୁ ମୁଖକୁ ଠେଲିଦେଉଥିବା ଅଭିଯୋଗ ହେଉଛି । ତୁରନ୍ତ ସିଡିଏମ୍ ତଥା ଗଂଜାମ ଜିଲା ଆଣ୍ଟି କ୍ୱାକେରୀ ଟିମ ସପୃକ୍ତ ନକଲି ଡାକ୍ତରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।
Related Stories
November 23, 2024