
ଭୁବନେଶ୍ୱର/ପୁରୀ– ଆଜି ଖୋଲିବ ରତ୍ନ ଭଣ୍ଡାର । ଶୁଭ ସମୟ ଦେଖି ଦିନ ଗୋଟାଏ ପରେ ଆଜି ଖୋଲିବ ରତ୍ନଭଣ୍ଡାର ବୋଲି ସୂଚନା ମିଳିଛି । ରତ୍ନଭଣ୍ଡାର ଖୋଲିବା ନେଇ ଏସଓପିକୁ ସରକାର ମଞ୍ଜୁର କରିଛନ୍ତି। ଆଜି ଠାରୁ ରତ୍ନଭଣ୍ଡାର ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। କ୍ରମାଗତ ଭାବେ ଚାଲୁ ରହିବ। ରତ୍ନଭଣ୍ଡାର କେତେବେଳେ ଖୋଲିବ ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ବ ଦିଆଯାଇଛି। ଶୁଭ ସମୟ ଦେଖି ମୁଖ୍ୟ ପ୍ରଶାସକ ଏହାର ନିଷ୍ପତ୍ତି ନେବେ। ରତ୍ନଭଣ୍ଡାର ଗଣତି ଓ ମଣତି ନେଇ ଆରବିଆଇ ସହାୟତା ନିଆଯିବ। ତାଙ୍କ ପ୍ରତିନିଧି ଉପସ୍ଥିତ ରହିବେ। ରିଜର୍ଭ ବ୍ୟାଙ୍କ ପ୍ରତିନିଧି ଆମ ପ୍ରତିନିଧିଙ୍କୁ ସହାୟତା ଦେବେ। ଅଳଙ୍କାରର ସଂଖ୍ୟା, ମାନ ଏବଂ ଓଜନ ନିର୍ଦ୍ଧାରଣ କରାଯିବ। ଅଳଙ୍କାରଗୁଡ଼ିକର ଡିଜିଟାଲ ଫଟୋଗ୍ରାଫି କରାଯିବ। ଫଟୋଗ୍ରାଫ କରାଯାଇ ତାହାର ଏକ ଡିଜିଟାଲ କ୍ୟାଟଲଗ ତିଆରି ହେବ। ଆଗାମୀ ଦିନ ପାଇଁ ଏହା ଏକ ରେଫରେନ୍ସ ଡକ୍ୟୁମେଣ୍ଟ ଭାବେ ରହିବ।