ଭୁବନେଶ୍ୱର, ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ସୁଦର୍ଶନ ବାବୁ ଋଷିଆରେ ସମ୍ମାନିତ ହେବା ଏକକଳାତ୍ମକ ସଂଯୋଗ, ଓଡ଼ିଆ ଅସ୍ମିତାକୁ ସୁଦର୍ଶନ ବାବୁ ବିଶ୍ବସ୍ତରକୁ ନେଇଛନ୍ତି – ମୁଖ୍ୟମନ୍ତ୍ରୀ ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କାଲି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ ମୁଖ୍ୟମନ୍ତ୍ରୀ ଶ୍ରୀମୋହନ ଚରଣ ମାଝୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମାଝୀ ପଦ୍ମଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।ଏହାସହିତ ସମ୍ମାନ ସ୍ୱରୂପ ଦୁଇଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି।ରାଜ୍ୟ ସଂସ୍କୃତି ମନ୍ତ୍ରୀଶ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ଋଷିଆରେ ନିଜର ପ୍ରତିଭା ଦ୍ବାରା ସମ୍ମାନିତ ହେବା ଏକକଳାତ୍ମକ ସଂଯୋଗ।ସେ କହିଛନ୍ତି ଯେ ସୁଦର୍ଶନ ବାବୁ ନନ୍ଦିଘୋଷ ରଥକୁ ଋଷିଆରେ ପ୍ରଦର୍ଶିତ କରି ଓଡ଼ିଆ ଅସ୍ମିତାକୁ ବିଶ୍ଵସ୍ତରକୁ ନେଇପାରିଛନ୍ତି।
Related Stories
November 23, 2024