
ଭୁବନେଶ୍ୱର/ଜୟପୁର– ମିଲ୍ ମାଲିକଙ୍କୁ ଅପହରଣ । କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଗତ କାଲି ରାତିରେ ଜଣେ ମିଲ ମାଲିକଙ୍କ ଅପହରଣ ହୋଇଛି। ତାଙ୍କ କାରର କାଚ ଭାଙ୍ଗି କାର ଭିତରକୁ ପଶି ତାଙ୍କୁ ଅପହରଣ କରିଛନ୍ତି ଦୃବୁର୍ତ୍ତ । ଅପହରଣ ହୋଇଥିବା ମିଲ ମାଲିକ ହେଲେ ଏ.ରାମେଶ ପାତ୍ର। ସେ ପେରାହାଣ୍ଡି ଏସଏଲଭିଏନମୋଡେନ ରାଇସ ମିଲର ମାଲିକ। ଗତକାଲି ରାତି ସାଢେ 8ଟା ବେଳେ ସେ ପେରାହାଣ୍ଡି ମିଲରୁ ନିଜ ଘର କୁମୁଲି ପୁଟ ଫେରିବା ସମୟରେ ପେରା ହାଣ୍ଡି ବ୍ରିଜ ନିକଟରୁ ତାଙ୍କୁ ଅପହରଣ କରାଯାଇଛି। ଖବର ପାଇ ବୋରିଗୁମ୍ମା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।