
ବଲାଙ୍ଗିର– ପବିତ୍ର ହେରା ପଞ୍ଚମୀ ଅବସରରେ ଗୁରୁବାର ବଲାଙ୍ଗୀରର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ପଞ୍ଚମ ର ବାର୍ଷିକ ଭଜନ ସମାରୋହ ରାଧାରାଣୀ ପଦା ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଅନୁଷ୍ଠିତ ମହାସମାରୋହରେ ଆୟୋଜିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ମୁରଲି ପତି ଅନୁଷ୍ଠାନିକ ଭାବରେ ଉଦଘାଟନ କରିବା ପରେ ଭଜନ ସମ୍ରାଟ ଭିକାରି ବଳଙ୍କ କଣ୍ଠରୁ ନିଃସୃତ ଭଜନ ମିଛ ଦୁନିଆରେ ଗୋଟିଏ ସତ ପରିବେଷଣ କରି କାର୍ଯ୍ୟକ୍ରମର ଧାରା ଆଗକୁ ଅଗ୍ରସର କରିଥିଲେ। ପରେ ଅନୁଷ୍ଠାନର ବରିଷ୍ଠ ଶିଳ୍ପୀ ହିମାଂଶୁ ବେହେରା, ଶ୍ରାବଣୀ ମେହେର, ପ୍ରୀତମ ମିଶ୍ର, ସରିତା ବେହେରା, ତନ୍ମୟ କୁମାର, ଅଂଶୀତା ପଣ୍ଡା,ସୁନୀଲ ଜଗଦଳା, ମଧୁସ୍ମିତା ସାହୁ, ଅନ୍ୱେଷା ବାଗ, ଆଦ୍ୟାଶା ବେହେରା, ଚିନ୍ମୟୀ ସାହୁ, ଅମ୍ବିକା ମେହେର, ସୃତି ସଂପୂର୍ଣ୍ଣା ସାହୁ, ପୁଷ୍ପାଞ୍ଜଳି ଦାଶ, ସୁଜାତା ପୁଟେଲ, ଓ ଅନୁଷ୍ଠାନ ର ଶିଶୁ କଳାକାର ଆଦ୍ୟାଶା, ଗାୟତ୍ରୀ, ସିଦ୍ଧି, ତପସ୍ୱିନୀ, ନୟାନିକା, ଶ୍ରେୟଂଶି, ବବିତା,ସ୍ମୁତି ବିନ୍ଦୁ ପ୍ରଭୃତି ଜଗନାଥ ଭଜନ ପରିବେଷଣ କରିଥିଲେ। ବିଭିନ୍ନ ବାଦ୍ୟଯନ୍ତ୍ରରେ ସମ୍ବିତ ସାହୁ, ତନ୍ମୟ କୁମାର, ରୋନାକ କୁମହାର, ସଂସ୍କାର ସ୍ଵରୂପ ମିଶ୍ର, ଶୁଭେନ୍ଦୁ ଜାଲ, ଉଦଘୋଷଣ କାର୍ଯ୍ୟ ଅର୍ଜୁନ ସାହୁ ସମ୍ଭାଳି ଥିବା ବେଳେ ଗୁରୁଶ୍ରୀ ଗୌରକିଶୋର ମହାପାତ୍ରଙ୍କ ତତ୍ଵାବଧାନରେ ରାଜକୁମାର ହୋତା, ବୃଷଭ ମେହେର, ରାଧାକୃଷ୍ଣ ମନ୍ଦିର ଭକ୍ତ ବୃନ୍ଦ ତଥା ପୂଜକ ଗୋକୁଳା ନନ୍ଦ ମିଶ୍ରଙ୍କ ସହଯୋଗରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଦର୍ଶକ ମାନେ ଜଗନ୍ନାଥ ଭଜନ ଶ୍ରବଣ ପୂର୍ବକ ଅନୁଷ୍ଠାନର ଉଦ୍ୟମକୁ ପ୍ରଶଂସା କରିଥିଲେ।