
ନୂଆଦିଲ୍ଲୀ– ଦିଲ୍ଲୀ ପୋଲିସ ଜାତୀୟ ମହିଳା କମିଶନରଙ୍କ ଅଭିଯୋଗ କ୍ରମେ କୀର୍ତ୍ତି ଚକ୍ର ବିଜେତା ସହିଦ କ୍ୟାପଟେନ ଅଂଶୁମାନ ସିଂହଙ୍କ ପତ୍ନୀଙ୍କ ଉପରେ କରାଯାଇଥିବା ଅଭଦ୍ର ଟିପ୍ପଣୀ ଉପରେ ମାମଲା ରୁଜୁ କରିଛନ୍ତି । ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଶନିବାର କହିଛି ଯେ, ଜାତୀୟ ମହିଳା କମିଶନରଙ୍କ ଅଭିଯୋଗ ଅନୁସାରେ ଏକ ଫେସବୁକ୍ ପ୍ରୋଫାଇଲରେ ସହିଦଙ୍କ ବିଧବାଙ୍କ ଫଟୋ ଉପରେ ଅଭଦ୍ର ଓ ଅପମାନଜନକ ଟିପ୍ପଣୀ କରାଯାଇଛି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଆଇଟି ଅଧିନିୟକ, 2000ର ଧାରା 79, ବିଏନଏସ-2023 ଓ ଧାରା 67 ଅଧୀନରେ ମାମଲା ରୁଜୁ ହୋଇଛି । ଏବେ ଘଟଣାର ତଦନ୍ତ ଜାରି ରହିଛି ।