
ଭୁବନେଶ୍ୱର- କାଲି ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଖୋଲିବ। ରତ୍ନଭଣ୍ଡାର ଖୋଲାଯାଇ ରତ୍ନଗୁଡିକର ଗଣତି ହେବ। ଏଥିସହିତ ଏଏସଆଇ ପରାମର୍ଶ ଅନୁଯାୟୀ ରତ୍ନଭଣ୍ଡାରର ଆବଶ୍ୟକ ମରାମତି ହେବ। ତେବେ ରତ୍ନଭଣ୍ଡାର ଖୋଲିବା ସମୟରେ କି କି ନିୟମ ପାଳନ କରାଯିବ ସେ ସଂକ୍ରାନ୍ତରେ ଆଜି ଏସ୍ଓପି ଜାରି ହୋଇପାରେ ।ଏହାର ଇନଗତ ଓ ବିଭିନ୍ନ ଦିଗଗୁଡିକର ତର୍ଜମା କରାଯାଉଛି । ଅବସରପ୍ରାପ୍ତ ବିଚାରପତି ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ୧୬ଜଣିଆ ରତ୍ନଭଣ୍ଡାର ତଦାରଖ କମିଟି ଗଠନ କରିଥିଲେ। ଏହି କମିଟି ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବାକୁ ସୁପାରିସ କରିଥିଲେ। କମିସୁପାରିସକ୍ରମେ ସରକାର ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।