ଭୁବନେଶ୍ୱର– ନନ୍ଦିଘୋଷ ରଥର ହେଲା ଦକ୍ଷିଣ ମୋଡ଼ । ଜନ୍ମଦେବୀରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଳାଖେଳା। ଦିନକ ପରେ ସୋମବାର ଶ୍ରୀଜୀଉଙ୍କ ବାହୁଡା ଯାତ୍ରା । ଗତକାଲି ଶୁକ୍ରବାର ଦର୍ପଦଳନ ଓ ତାଳଧ୍ବଜ ରଥର ଦକ୍ଷିଣ ମୋଡ କରାଯାଇଥିଲା। ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ଵାର ସମ୍ମୁଖରେ ଉତ୍ତରକୁ ମୁହଁ କରି ରହିଥିବା ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ଏବଂ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଦକ୍ଷିଣ ମୋଡ କରାଯାଇ ନାକଚଣା ଦ୍ଵାରକୁ ନିଆଯାଇଛି। ଆଜି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯାଇଛି। ନବ ଦିନାତ୍ମକ ଯାତ୍ରା ସାରି ସୋମବାର ବାହୁଡା ଯାତ୍ରାରେ ନୀଳ କନ୍ଦର ଅଭିମୁଖେ ବାହୁଡିବେ ମହାବାହୁ।
Related Stories
September 19, 2024
September 19, 2024