
ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇ ଗସ୍ତ କରିବେ । ଏହି ଅବସରରେ ପିଏମ ମୋଦି ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବେ । ପିଆଇବିର ବିଜ୍ଞପ୍ତି ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟ ସାଢେ 5ଟାରେ ରେଗାଓଁର ନେସ୍କୋ ପ୍ରଦର୍ଶନୀ କେନ୍ଦ୍ରରେ ପହଂଚିବେ ।ସେଠାରେ ସିଏ 29,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ସଡକ, ରେଲୱେ ଓ ବନ୍ଦର କ୍ଷେତ୍ର ସହିତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରି ଏହାକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ଏବଂ ଅନେକ ପ୍ରକଳ୍ପର ଆଧାରଶିଳା ରଖିବେ ।
ଏହାପରେ ପିଏମ ମୋଦି ପ୍ରାୟ 7ଟା ବେଳେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜି-ବ୍ଲକରେ ଇଣ୍ଡିଆନ ନ୍ୟୁଜ ପେପର ସୋସାଇଟି ସଚିବାଳୟ ଗସ୍ତ କରିବେ ଏବଂ ଆଇଏନଏସ ଟାୱର୍ସର ଉଦଘାଟନ କରିବେ । ପିଏମ ମୋଦି 16,600 କୋଟି ଟଙ୍କାର ଥାନେ-ବୋରିଭଲି ସୁଡଙ୍ଗ ପ୍ରକଳ୍ପର ଶିଳାନ୍ୟାସ କରିବେ ।