ଅବୁଜା– ଆଫ୍ରିକୀୟ ଦେଶ ନାଇଜେରିଆରେ ସେଂଟ ଏକାଡେମୀ ସ୍କୁଲର ଦୁଇମହଲା ବିଲ୍ଡିଂର ବଡ ଅଂଶ ଭୁଶୁଡିବା କାରଣରୁ 22ଜଣ ବିଦ୍ୟାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ 132ଜଣ ଆହତ ହୋଇଛନ୍ତି । ଉତ୍ତର-ମଧ୍ୟ ନାଇଜେରିଆର ପଠାର ରାଜ୍ୟର ଜଧାନୀ ଜୋଶର ଶୁକ୍ରବାର ସକାଳ 9.20 ମିନିଟ ସମୟରେ ଏହି ଘଟଣା ଘଟିଛି ।
ନାଇଜେରିଆ ସମାଚାର ପତ୍ର ନାଇଜେରିୟନ ଟ୍ରିବ୍ୟୁନ ଓ ଦ ନେସନର ରିପୋର୍ଟ ମୁତାବକ ଏହି ସ୍କୁଲ ବୁସା ବୁଜି ବ୍ରିଜ ସମ୍ମୁଖରେ ରହିଛି । ଟ୍ରାଜେଡି ସମୟରେବିଦ୍ୟାର୍ଥୀମାନେ ବାର୍ଷିକ ପରୀକ୍ଷା ଦେଉଥିଲେ । ମୃତାହତଙ୍କ ମଧ୍ୟରେ 15 ବର୍ଷରୁ କମ୍ ବୟସର ପିଲା ରହିଛନ୍ତି । ଆହତ ପିଲାଙ୍କର ବିଂଘମ ଟିଚିଂଗ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
Related Stories
September 19, 2024