
ବଲାଙ୍ଗିର : ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ସିନ୍ଧେକେଲା ଅଞ୍ଚଳରେ ଅନେକ ଛୋଟବଡ଼ ପାହାଡ଼ ରହିଥିବା ବେଲେ କାଁଭାଁ କିଛି ସ୍ଥାନକୁ ଛାଡିଦେଲେ ପ୍ରାୟତଃ ଜଙ୍ଗଲ ଶୁନ୍ୟ ହୋଇ ଲଣ୍ଡା ପାହାଡ଼ ଗୁଡିକ ଦେଖାଯାଏ। ତେବେ ସିନ୍ଧେକେଲା ବନାଞ୍ଚଳ ଅଧିନରେ ଥିବା ଗନ୍ଧର୍ଲା ବିଟ୍ ର (ବାଲ୍ଡ ହିଲ୍) ଲଣ୍ଡା ପାହାଡ଼ ରେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ମଧ୍ୟରେ ବନବିଭାଗ ତରଫରୁ ବୃକ୍ଷରୋପଣ କରାଯାଇଥିଲା । ଏହି ବାଲ୍ଡ ହିଲ୍ ର ୧୨୦ ହେକ୍ଟର ଅଞ୍ଚଳରେ କରାଯାଇଥିଲା ବୃକ୍ଷରୋପଣ। ସେ ସମୟରେ ଥିବା ଗନ୍ଧର୍ଲା ବିଟ୍ ଇନଚାର୍ଜ ଭାବରେ ଥିବା ଫରେଷ୍ଟ ଗାର୍ଡ କିର୍ତ୍ତୀ ଚନ୍ଦ୍ର ସୁଆରଙ୍କ ନେତୃତ୍ବରେ ହୋଇଥିଲା ବୃକ୍ଷରୋପଣ। ଏଥିରେ ଚ୍ୟାଲେଞ୍ଜ ଥିଲା ନିଆଁ ଓ ପାଣି। ତଥାପି ବନ ବିଭାଗର ବିଭିନ୍ନ ସ୍କିମ ରେ ବିଭାଗର ନିୟମ ଅନୁଯାଇ ଗୋଟିଏ ହେକ୍ଟର ଜମିରେ ୧୬ ଶହ ଗଛ ହିସାବରେ ୧୨୦ ହେକ୍ଟର ଜମିରେ ପ୍ରାୟ ୧ ଲକ୍ଷ ୯୨ ହଜାର ଚାରାରୋପଣ କରାଯାଇଥିଲା ଏବଂ ବ୍ଲକ୍ ପ୍ଲାନଟେସନ ରୁ ୨୦ ହେକ୍ଟର ଜମିରେ ବନୀକରଣ କରାଯାଇ ଥିଲା। ସର୍ବମୋଟ ୨ ଲକ୍ଷ ୨୪ ହଜାର ବୃକ୍ଷରୋପଣ ହୋଇଥିଲା। ତେବେ ଏହାର ଠିକ୍ ଭାବରେ ପରିଚାଳନା କରିଥିଲେ ଫରେଷ୍ଟ ଗାର୍ଡ ଶ୍ରୀ ସୁଆର l ଦିନେ ଯାହା ଲଣ୍ଡା ପାହାଡ଼ ଥିଲା ଏବେ ଏହା ଜଙ୍ଗଲ ପାଳଟିଯାଇଛି। ତେବେ ଫରେଷ୍ଟ ଗାର୍ଡ ସୁଆରଙ୍କ ଗୋଟିଏ ବର୍ଷ ତଳେ ଅନ୍ୟତ୍ର ବଦଳି ହୋଇଥିଲେ ହେଁ ତାଙ୍କ ପ୍ରଚେଷ୍ଟାକୁ ଏ ଅଞ୍ଚଳର ଲୋକେ ସବୁଦିନ ମନେ ପଡିବ ବୋଲି ସ୍ଥାନୀୟ ଗ୍ରାମବାସୀମାନେ କହିଛନ୍ତି।