
ଜମ୍ମୁ– କଡା ସୁରକ୍ଷା ବଳୟ ଭିତରେ ଶୁକ୍ରବାର 4400ରୁ ଅଧିକ ଶ୍ରଦ୍ଧାଳୁଙ୍କ 15ତମ ବ୍ୟାଚ ଅମରନାଥ ତୀର୍ଥଯାତ୍ରାରେ ସାମିଲ ହେବା ପାଇଁ ଜମ୍ମୁରୁ ବାହାରିଛନ୍ତି ।
ଅଧିକାରୀଙ୍କ ମୁତାବକ ଜମ୍ମୁ ସହରର ଭଗବତୀ ନଗର ଆଧାର ଶିବିର,ଯେଉଁଠାରେ ର୍ଥଯାତ୍ରୀ ଜମ୍ମୁରୁ କଶ୍ମୀର ପାଇଁ ନିଜ ଯାତ୍ରାରେ ବାରିଥିଲେ, ସେମାନଙ୍କ ସୁରକ୍ଷା ବୃଦ୍ଧି ହୋଇଛି । 4434 ତୀର୍ଥଯାତ୍ରୀଙ୍କ 15ତମ ବ୍ୟାଚ 165ଟି ଗାଡିରେ ଭୋର 3ଟାରୁ ପହଲଗାମ ଓ ବାଲଟାଲ ଆଧାର ଶିବିର ଯାଇଛନ୍ତି ଏବଂ ସିଆରପିଏଫ ସୁରକ୍ଷା କର୍ମୀ ସେମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି ।
ଅଧିକାରୀଙ୍କ ମୁତାବକ 2713 ତୀର୍ଥଯାତ୍ରୀ 48 କିଲୋମିଟର ଲମ୍ବା ପାରମ୍ପରତକ ପହଲଗାମ ସ୍ତାରୁ ଯାତ୍ରା କରିବେ, ସେହିପରି 1721 ତୀର୍ଥଯାତ୍ରୀ 14 କିଲୋମିଟର ଲମ୍ବା ଛୋଟ କିନ୍ତୁ କଠିନ ରାସ୍ତା ବାଲଟାଲରୁ ଯାତ୍ରା କରିବେ । ଏହି ବ୍ୟାଚ ସହିତ ଜମ୍ମୁରୁ ଯାତ୍ରା ପାଇଁ ଯାଇଥିବା କଙ୍କ ସଂଖ୍ୟା 81,644ରେ ପହଂଚିଛି । ଅଗଷ୍ଟ 19ରେ ଏହି ତୀର୍ଥଯାତ୍ରା ସରିବ ।