
ଶିମଲା– ହିମାଚଳ ପ୍ରଦେଶରେ ମନସୁନ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ରାଜ୍ୟରେ ଭୂସ୍ଖଳନ ଯୋଗୁ ରାସ୍ତା ଅବରୋଧ ହୋଇଥିବା ବେଳେ ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ଅନୁସାରେ ଶୁକ୍ରବାର ସକାଳ ସୁଦ୍ଧା ରାଜ୍ୟରେ କେବଳ 10ଟି ରାସ୍ତା ହିଁ ଭୂସ୍ଖଳନ ଯୋଗୁ ବନ୍ଦ ରହିଛି ।
ଶିମଲା ଜିଲ୍ଲାର ରାମପୁର ଉପଖଣ୍ଡରେ 4ଟି ଓ କାଂଗଡା ଜିଲ୍ଲା ଓ ମଣ୍ଡି ଜିଲ୍ଲାରେ ତିନୋଟି ଲେଖାଏଁ ରାସ୍ତା ବନ୍ଦ ରହିଛି । କାଂଗଡା ଜିଲ୍ଲାର ଇନ୍ଦୋରା, ଜୟସିଂହପୁର ଓ ନଗରୋଟା ବଂଗୱା ଉପଖଣ୍ଡରେ ଗୋଟିଏ ଲେଖାଏଁ ରାସ୍ତା ବନ୍ଦ ରହିଛି । ରିପୋର୍ଟ ମୁତାବକ ରାଜ୍ୟରେ 49ଟି ଟ୍ରାନ୍ସଫର୍ମ ବି ଠପ୍ ହୋଇପଡିଛି । ମର୍ଡି ଜିଲ୍ଲାରେ 34 ଓ ଚମ୍ବା ଜିଲ୍ଲାରେ 15ଟି ଟ୍ରାନ୍ସଫର୍ମର ବନ୍ଦ ରହିବା କାରଣରୁ ବିଜୁଳି ଯୋଗାଣ ଠପ୍ ହୋଇପଡିଛି ।