ବଲାଙ୍ଗିର : ଗତକାଲି ପୂର୍ବାହ୍ନରେ ଡିଏଫଓଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂଦେଓ ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ । ଅଧିକାରୀ ମାନେ ଫିଲ୍ଡ କୁ ଯାଇ କାମ କରିବାକୁ ନିର୍ଦେଶ ଦେଇଥିଲେ । ଏକ ହୁଅଟ୍ସଆପ ଗ୍ରୁପ ମାଧ୍ୟମରେ ସମସ୍ତ ଅଧିକାରୀ ଜିଓ ଟ୍ଯାଗ ଫଟୋ ଛାଡିବାକୁ ନିର୍ଦେଶ ଦେଇଥିଲେ । ଏହିଗ୍ରୁପରେ ଅଧିକାରୀ ମାନଙ୍କ ସହିତ ଲୋକ ପ୍ରତିନିଧି ଓଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ରଖାଯାଉ ବୋଲି କହିଥିଲେ l ଏହାଲୋକଙ୍କ ସରକାର ଲୋକଙ୍କ ପାଇଁ ଉତ୍ସର୍ଗୀକୃତ । ତେଣୁ କାମ ଏକ ନମ୍ବର ହେବା ଦରକାର ବୋଲି ସେ ଉପସ୍ଥିତ ଅଧିକାରୀ ମାନଙ୍କୁ ସୂଚାଇଦେଇଥିଲେ । ସରକାର ଦଳମତ ନିର୍ବିଶେଷରେ କାମ କରିବ ଯେଉଥିରୁ ଲୋକ ଲାଭ ପାଇବେ ବୋଲି ସେ କହିଥିଲେ । କୃଷି , ଶକ୍ତି, ଯୋଗାଣ , ମେଡ଼ିକାଲ , ଯୋଜନା, ଆଦି ବିଭାଗ ଉପରେ ବିସ୍ତୃତ ଆଲୋଚନା ହେଇଥିଲା । କୃଷି ରେ ମୃତିକାକୁ ଜୈବିକ ଉପାୟରେ ଉର୍ବର କରିବାକୁ କହିଥିଲେ । ଇଉରିଆ ଏବଂ ଡିଏପି ବ୍ୟବହାର ବନ୍ଦ କରିବାକୁ କହିଥିଲେ । ଫସଲ ଅମଳ ପରେ ବଜାର ଉପଲବ୍ଧ କରାଇବା ସବୁଠୁ ଗୁରୁତ୍ବ ପୂର୍ଣ୍ଣ । ଫଳରେ ବିଭିନ୍ନ ଜାଗାରେ ଆଉଟଲେଟ ଖୋଲିବାକୁ ପ୍ରସ୍ତାବ ଦେଇଥିଲେ । କଟନୀ ଛଟଣି କୁ ସମ୍ପୂର୍ଣ୍ଣ ବନ୍ଦ କରେଇବାକୁ ତାଗିଦ କରିବା ସହ ସମସ୍ତ ରାଇସ ମିଲ ର ଓଜନ ମାପକ ଜନ୍ତ୍ର ଏବଂ ଷ୍ଟକ ରେଜିସ୍ଟର ୭ ଦିନ ଭିତରେ ଚେକ କରିବାକୁ ନିର୍ଦେଶ ଦେଇଛନ୍ତି । ସେହିପରି ବିଦ୍ୟୁତ ବିଭ୍ରାଟ ପାଇଁ ସମ୍ପୃକ୍ତ ଅଧିକାରୀ ଙ୍କୁ ତାଗିଦ କରିବା ସହ ବିକ୍ଳପ ବ୍ୟବସ୍ତା ପାଇଁ କହିଥିଲେ । ଡାକ୍ତର ତଥା ମାନବ ସଂଶାଧନ ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ସମସ୍ୟାର ସମାଧାନ ଛଡା ଅନ୍ୟ କୌଣସି ବିକଳ୍ପ ରୁ ବିରତ ରହିବାକୁ କହିଛନ୍ତି । ଲକ୍ଷ୍ମୀ ଯୋର ସଫେଇ ପାଇଁ ୪୮ ଘଣ୍ଟା ର ମହଲତ ଦେଇଛନ୍ତି । କର୍ମ ରେ ଅବହେଳା କୁ ବିଲକୁଲ ପ୍ରଶୟ ନ ଦେବାକୁ ସେ ତାଗିଦ କରିଛନ୍ତି । ସେଥିପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏହି ସମୀକ୍ଷା ବୈଠକରେ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂ ଦେଓ, ବଲାଙ୍ଗୀର ବିଧାୟକ କଲିକେଶ ସିଂ ଦେଓ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଗୌରୱ ଶିୱାଜୀ ଇସଲୱାର, ଆରକ୍ଷୀ ଅଧିକ୍ଷକ ଖିଲାରୀ ରିଷିକେଶ ଦ୍ୟାନଦେଓ, ଅତିରିକ୍ତ ଜିଲ୍ଲାପାଳ ଡ଼. ବିଜୟାନନ୍ଦ ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ପବିତ୍ର ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ପ୍ରଭାତ କୁମାର ମହାପାତ୍ର, ଡି ଏଫ ଓ ସୁଦର୍ଶନ ବେହେରା , ସିଡିଏମଓ ଡ଼ ପ୍ରଦୀପ କୁମାର ଗୁରୁ ଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।
Related Stories
November 22, 2024