କାଠମାଣ୍ଡୁ– ନେପାଳରେ ଯାତ୍ରୀବାହୀ ବସ ନଦୀକୁ ଖସିବା କାରଣରୁ ନିଖୋଜ ହୋଇଥିବା ପ୍ରାୟ 60ରୁ ଅଧିକ ଲୋକଙ୍କ ତଲାସ ପାଇଁ ଉଦ୍ଧାରକାରୀ ଟିମକୁ ମୁତୟନ କରାଯାଇଛି । ଉଦ୍ଧାର କାର୍ଯ୍ୟରେ 70ରୁ ଅଧିକ ଲୋକଙ୍କ ଟିମ୍ ଦୁର୍ଘଟଣାସ୍ଥଳରେ ନିୟୋଜିତ ଇଛନ୍ତି । ସଶସ୍ତ୍ର ପ୍ରହରୀ ଟିମ୍ ଡିଆଇଜି ପୁରୁଷୋତ୍ତମ ଥାପା କହିଛନ୍ତି ଯେ, ନଦୀରେ ଖୋଜ ହୋଇଥିବା ଯାତ୍ରୀଙ୍କ ତଲାସୀରେ ସଶସ୍ତ୍ର ପ୍ରହରୀ ବଳର 7ଜଣ ଉଦ୍ଧାରକାରୀ ତ୍ରିଶୂଳୀ ନଦୀରେ ନିୟୋଜିତ ହୋଇଛନ୍ତି । ପାଗ ଖରାପ ଓ ରାସ୍ତା ଅବରୋଧ କାରଣରୁ ଏହି ଯବାନମାନେ ପ୍ରାୟ 30 କିଲୋମିଟର ପାଦରେ ଚାଲି ଚାଲି ଦୁର୍ଘଟଣାସ୍ଥଳରେ ପହଂଚିଥିବା ଅଧିକାରୀ ସୂଚନା ଦେଇଛନ୍ତି ।