ଭୁବନେଶ୍ୱର- ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନନ୍ଦନ। ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ମୋହର ମାରିଛି ପରିଚାଳନା କମିଟି । ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବା ପରେ ଯାଞ୍ଚ କରାଯିବ ।ଯେଉଁ SOP ସୁପାରିଶ ହୋଇଛି ତାକୁ ମଧ୍ୟ ଯାଞ୍ଚ କରାଯିବ ବୋଲି ଆଇନମନ୍ତ୍ରୀ କହିଛନ୍ତି । ପୂର୍ବରୁ ରତ୍ନଭଣ୍ଡାର ୧୪ ତାରିଖରେ ଖୋଲିବା ନେଇ ଯାଞ୍ଚ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା।ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୁହାଯାଇଥିଲା।
Related Stories
November 22, 2024