ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଋଷ ଓ ଅଷ୍ଟ୍ରିଆର ସଫଳତମ ଗସ୍ତ ପରେ ଆଜି ନୂଆଦିଲ୍ଲୀରେ ସାଧାରଣ ବଜେଟ ଉପରେ ଦେଶର ବିଶେଷଜ୍ଞଙ୍କ ସହ ଆଲୋଚନା କରି ତାଙ୍କ ରାୟ ଜାଣିବେ । ଏହି ଚର୍ଚ୍ଚାରେ ପ୍ରମୁଖ ଅର୍ଥଶାସ୍ତ୍ରୀଙ୍କ ବ୍ୟତୀତ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ ଭାଗ ନେବେ । ବିଶେଷଜ୍ଞଙ୍କ ସହିତ ହେବାକୁ ଥିବା ବୈଠକରେ ସାଧାରଣ ବଜେଟର ପ୍ରାବଧାନ ମାଧ୍ୟମରେ ବିକଶିତ ଭାରତର ରୋଡମ୍ୟାପ ପ୍ରସ୍ତୁତ କରିବା, ନିବେଶ ହାସଲ କରିବା ପାଇଁ ଆର୍ଥିକ ସୁଧାରର ବେଗକୁ ଦ୍ରୁତ କରିବା ତଥା ମଧ୍ୟ-ନିମ୍ନ ମଧ୍ୟବର୍ଗକୁ ଆଶ୍ୱସ୍ତ ଦେବାର ଉପାୟ ଉପରେ ଆଲୋଚନା ହେବ । ଏହି ବୈଠକରେ ନୀତି ଆୟୋଗର ଉପାଧ୍ୟକ୍ଷ ସୁମନ ବେରୀ, ଅନ୍ୟ ସଦସ୍ୟଙ୍କ ବ୍ୟତୀତ ଅର୍ଥ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଭାଗ ନେବାର ଆଶା ରହିଛି । ଏଠାରେ ସୂଚନାଯୋଗ୍ୟ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ 23ରେ ମୋଦି ସରକାରର ତୃତୀୟ କାର୍ଯ୍ୟକାଳର ପ୍ରଥମ ସାଧାରଣ ବଜେଟ ଉପସ୍ଥାପନ କରିବେ ।