
ପୁରୀ,ଆସନ୍ତା ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି । ଆଜି ବୈଠକ ପରେ ଏନେଇ ସୂଚନା ଦେଇ ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ଵନାଥ ରଥ କହିଛନ୍ତି ଯେ, ଆସନ୍ତା ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଆଶା କରୁଛୁ ସରକାର ୧୪ରେ ଖୋଲିବାକୁ ଅନୁମତି ଦେବେ । ସରକାରଙ୍କ ଅନୁମତି ପାଇଲେ ରତ୍ନଭଣ୍ଡାର ଖୋଲାଯିବ । ତେବେ ଚାବି କାମ କରୁ ବା ନକରୁ ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ରତ୍ନଭଣ୍ଡାର କାମ ବେଳେ ଭକ୍ତଙ୍କ ଦର୍ଶନ ବନ୍ଦ ହେବନି । ହୁଏତ ଭକ୍ତ ମାନଙ୍କୁ ସାମାନ୍ୟ ଦୂରରୁ ଦର୍ଶନ କରିବାକୁ ପଡିପାରେ । ତେବେ ଏନେଇ ଭକ୍ତ ମାନେ ଆମକୁ ସହଯୋଗ କରିବେ ବୋଲି ମୋର ଆଶା ।