ପୁରୀ, ଆଜି ଆଡ଼ପ ମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତି । ରଥ ଉପରେ ସଂନ୍ଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ । ଶ୍ରୀଜୀଉ ମାନେ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରିବେ । ଆଡ଼ପ ପହଣ୍ଡି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆସନ୍ତାକାଲି ଠାରୁ ଆଡ଼ପ ଦର୍ଶନ ସାଙ୍ଗକୁ ଭକ୍ତ ଆଡ଼ପ ଅବଢ଼ା ପାଇପାରିବେ । ଅନୁକୂଳ ପାଗ ଯୋଗୁଁ ପୁରୀକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଶରଧାବାଲିରେ ରଥାରୁଢ଼ ଶ୍ରୀଜୀଉମାନଙ୍କୁ ଦର୍ଶନ କରୁଛନ୍ତି ଭକ୍ତ । ଗତକାଲି ଅପରାହ୍ନରେ ତିନି ରଥ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆସି ଶରଧାବାଲିରେ ପହଂଚିଥିଲା । ତିନି ରଥ ଚତୁଃପାଶ୍ୱର୍ରେ କର୍ଡ଼ନ କରାଯାଇଛି । ସଶସ୍ତ୍ର ପୋଲିସ ବାହିନୀ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେଉଛି । ସଂନ୍ଧ୍ୟାଧୂପ ପରେ ଶ୍ରୀ ବିଗ୍ରହ ମାନଙ୍କୁ ରଥ ଉପରୁ ପହଣ୍ଡି କରି ଆଡ଼ପ ମଣ୍ଡପରେ ବିଜେ କରାଯିବ ।
Related Stories
November 22, 2024