ଭୁବନେଶ୍ୱର,ପୁରୀ, ରତ୍ନଭଣ୍ଡାର ଆସନ୍ତା ଜୁଲାଇ ୧୪ ତାରିଖରେ ଖୋଲି ପାରେ । ଏହି ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ବନାଥ ରଥ। ଆଜିର ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ 14 ତାରିଖରେ ରତ୍ନ ଭଂଡାର ଖୋଲିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ସରକାରଙ୍କୁ ନିଷ୍ପତ୍ତି ନେଇ ଜଣାଇଦିଆଯାଉଛି। ବିବରଣୀ ମ୍ୟାନେଜମେଣ୍ଟ କମିଟିକୁ ଦିଆଯିବ । ଏହା ପରେ ମ୍ୟାନେଜମେଣ୍ଟ କମିଟି ସରକାରଙ୍କ ପାଖକୁ ଯିବ। ସରକାରଙ୍କ ନିର୍ଦେଶ ଆସିଲେ ରତ୍ନଭଣ୍ଡାର ଖୋଲିପାରିବ। ସେ କହିଛନ୍ତି ଯେ ମୁଁ ଆଶା କରୁଛି, ସରକାର ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଲାଗି ଅନୁମତି ଦେବେ। ଚାବି କାମ କରୁ କି ନ କରୁ ତାଲା ଖୋଲାଯିବ। ଏଥିଲାଗି ସଂପୂର୍ଣ୍ଣ ଏସଓପି ପ୍ରସ୍ତୁତ ହୋଇଛି। ସରକାର ଅନୁମତି ଦେଲେ ୨୪ ତାରିଖରେ ରତ୍ନଭଣ୍ଡାର ଖୋଲା ଯିବ ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି, ୧୪ ତାରିଖରେ ଚାବି କମିଟିକୁ ପ୍ରଶାସନ ହସ୍ତାନ୍ତର କରିବ। ରତ୍ନଭଣ୍ଡାରର ଅଳଙ୍କାର ସ୍ଥାନାନ୍ତର ଲାଗି ନିର୍ଦ୍ଧାରିତ ସ୍ଥାନ ଠିକ୍ କରାଯାଇଛି। ତାପରେ ଗଣତିମଣତି କରାଯିବ। ସରକାର ଏଥିପାଇଁ ଗହଣା ଗଣତି ପାଇଁ ସରକାର ମେଟ୍ରୋଲୋଜିଷ୍ଟ ଗ୍ରୁପ ଓ ବଣିଆ ଗ୍ରୁପଙ୍କୁ ନିଯୁକ୍ତି ଦେବେ । ଏହି ସମୟରେ ଦର୍ଶନରେ ଯେପରି କିଛି ଅସୁବିଧା ହେବ ନାହିଁ, ସେଥିପ୍ରତି ଧ୍ୟାନ ଦିଆଯିବ। ଜଷ୍ଟିସ୍ ବିଶ୍ବନାଥ ରଥ ଏଥି ପାଇଁ ଭକ୍ତମାନଙ୍କ ସହଯୋଗ ଲୋଡ଼ିଛନ୍ତି।
Related Stories
November 22, 2024