ନୂଆଦିଲ୍ଲୀ– କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାପନା ଦିବସ ଅବସରରେ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଶାହ ଏକ୍ସ ହ୍ୟାଣ୍ଡେଲରେ ଶୁଭେଚ୍ଛାରେ ବାର୍ତ୍ତାରେ ସ୍ୱାମୀ ବିବେକାନନ୍ଦଙ୍କ ଚିତ୍ର ସହିତ ଭିଡିଓ ଅପଲୋଡ କରିଛନ୍ତି ।
ସେ କହିଛନ୍ତି ଯେ, ବିଦ୍ୟାର୍ଥୀଙ୍କୁ ଦେଶଭକ୍ତିର ମୂଲ୍ୟବୋଧ ବୁଝାଇଥିବା ବିଶ୍ୱର ସବୁଠୁ ବଡ ଛାତ୍ର ସଙ୍ଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସ୍ଥାପନା ଦିବସର ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଶୁଭକାମନା । ଜରୁରୀକାଳୀନ ବିରୁଦ୍ଧ ବ୍ୟାପକ ଆନ୍ଦୋଳନ ହେଉ କିମ୍ବା ପୂର୍ବୋତ୍ତରରେ ଅନୁପ୍ରବେଶ ସମସ୍ୟାକୁ ରାଷ୍ଟ୍ରୀୟ ଚିନ୍ତାର ବିଷୟ ବନାଇବା, ଏବିଭିପି ନିଜ କାର୍ଯ୍ୟ ମାଧ୍ୟମରେ ଦେଶ ପ୍ରତି ନିଜ ପ୍ରତିବଦ୍ଧତାକୁ ପରିଚୟ ଦେଇଥାଏ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲେଖିଛନ୍ତି ଯେ, ସ୍ୱାମୀ ବିବେକାନନ୍ଦଙ୍କ ବିଚାର ତଥା ଜ୍ଞାନ, ଶୀଳ, ଏକତାର ମନ୍ତ୍ର ସହିତ ଯୁବପିଢିଙ୍କୁ ରାଷ୍ଟ୍ର ନିର୍ମାଣ ସହିତ ଯୋଡିବାର କାର୍ଯ୍ୟରେ ଏବିଭିପି ଆହୁରି ଅଧିକ ସଫଳତା ହାସଲ କରୁ, ଏହାହିଁ କାମନା କରୁଛି ।