
ବଲାଙ୍ଗିର ,ବଲାଙ୍ଗିର ରେ ପହଞ୍ଚିଲେ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂ ଦେଓ । ଉପ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ଵ ନେବାପରେ ସେ ପ୍ରଥମ ଥର୍ ପାଇଁ ବଲାଙ୍ଗିର ଗସ୍ତ କରିଛନ୍ତି। ଆଜି ସକାଳ ୬ ଟା ସମୟରେ ପୁରୀ ଦୁର୍ଗ ଟ୍ରେନରେ ସେ ବଲାଙ୍ଗିର ରେଳ ଷ୍ଟେସନ ରେ ପହଞ୍ଚିଥିଲେ । ବିଜେପି ଦଳର କର୍ମକର୍ତ୍ତା ମାନେ ତାଙ୍କୁ ସ୍ଵାଗତ କରିଥିଲେ । ବଲାଙ୍ଗିର ରେ ତିନି ଦିନର ରହଣି କାର୍ଯ୍ୟକ୍ରମ ମଧ୍ୟରେ ପ୍ରଥମ ଦିନରେ ସେ ପାଟଣାଗଡ଼ ଗସ୍ତ କରିବେ। ପାଟଣାଗଡ଼, ଖପ୍ରାଖୋଲ, ଲାଠୋର, ବେଳପଡ଼ା, କଣ୍ଟାବାଞ୍ଜି ଭଳି ବିଭିନ୍ନ ଅଞ୍ଚଳକୁ ଗସ୍ତକରି କାର୍ଯ୍ୟକ୍ରମ ମାନଙ୍କରେ ଯୋଗଦେବେ । ଦ୍ଵିତୀୟ ଦିନରେ ବଲାଙ୍ଗିର ଏବଂ ତୃତୀୟ ଦିନରେ ସୋନପୁର ରେ ଉପ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଆଜି ସେ ବଲାଙ୍ଗିର ରେ ପହଞ୍ଚିବା ପରେ ପ୍ରଥମେ ସର୍କିଟ ହାଉସକୁ ଯାଇଥିଲେ । ସେଠାରୁ ପାଟଣାଗଡ଼ ବାହାରି ତାଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବା କୁ ଗସ୍ତ ଆରମ୍ଭ କରିଛନ୍ତି।