ନୂଆଦିଲ୍ଲୀ, କଠୁଆ ଆତଙ୍କବାଦୀ ଆକ୍ରମଣକୁ ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୋସିଆଲ ମିଡିଆ ଏକ୍ସରେ ରାଜନାଥ ସିଂହ କହିଛନ୍ତି ଯେ, ଜମ୍ମୁ ଶ୍ମୀରର କଠୁଆର ବଡନୋଟାଠାରେହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଆମର ପାଞ୍ଚ ଜଣ ସାହସୀ ଭାରତୀୟ ସେନା ସୈନିକଙ୍କ ସହିଦକୁ ନେଇ ମୁଁ ଗଭୀର ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା, ଏହି କଷ୍ଟ ସମୟରେ ଦେଶ ସେମାନଙ୍କ ସହିତ ଦୃଢ ଭାବରେ ଠିଆ ହୋଇଛି । ଆତଙ୍କବାଦୀ ବିରୋଧୀ ଅପରେସନ୍ ଚାଲିଛି ଏବଂ ଆମର ସୈନିକମାନେ ଏହି ଅଞ୍ଚଳରେ ଶାନ୍ତି ଏବଂ ଶୃଙ୍ଖଳା ରକ୍ଷା କରିବାକୁ ଉଦ୍ୟମ କରିଛନ୍ତି। ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ବୋଲି କହିଛନ୍ତି ରାଜନାଥ ସିଂ ।