କୋଲକାତା– କୋଲକାତାର ଦୁଇ ବରିଷ୍ଠ ପୋଲିସ ଅଧିକାରୀ କମିଶନର ବିନିତ ଗୋୟଲ ଏବଂ ଡେପୁଟି କମିଶନର (ସେଂଟ୍ରାଲ) ଇନ୍ଦିରା ମୁଖାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ପଶ୍ଚିମବଙ୍ଗର ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ଦ୍ଵାରା ପ୍ରସ୍ତୁତ ଏକ ରିପୋର୍ଟକୁ ଭିତି କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ରିପୋର୍ଟରେ ଏହି ଅଧିକାରୀ ଦ୍ଵୟଙ୍କ ଉପରେ ରାଜ୍ୟପାଳଙ୍କ ପଦର ଗାରିମାକୁ ଆଘାତ ପହଂଚାଇବା ଅଭିଯୋଗ ରହିଛି ।