
ଭୁବନେଶ୍ୱର, ରଥଯାତ୍ରା ଅଘଟଣରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନିକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରଥଯାତ୍ରା ଅଘଟଣରେ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ସମ୍ପର୍କରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି। ଏଥିସହ ଅଘଟଣରେ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି।