ମାଲକାନଗିରି, ଭାରତୀୟ ରେଡ଼ କ୍ରସ ସୋସାଇଟି, ଓଡିଶା ରାଜ୍ୟ ଶାଖା ତରଫରୁ ଆୟୋଜିତ ଜାତୀୟ ସ୍ତରୀୟ ସେବା ଶିବିରରେ ମାଲକାନଗିରି ଜିଲ୍ଲା ଯୁବ ରେଡ କ୍ରସ ଓ ଜୁନିୟର ରେଡ କ୍ରସ ର ସ୍ବେଛାସେବୀ ଏବଂ ପରାମର୍ଶ ଦାତା ଶିକ୍ଷକ ଅନୁଷ୍ଠିତ ହେଉଥିବା ଶିବିରରେ ଯୋଗ ଦାନ କରି ବିଭିନ୍ନ ପ୍ରକାର ସେବା ଭକ୍ତ ମାନଙ୍କୁ ଯୋଗାଇଥିଲେ!ପ୍ରାଥମିକ ଚିକିତ୍ସା, ଜଳ ବିତରଣ, ଷ୍ଟ୍ରେଚର ସେବା, ସଫେଇ କାର୍ଯ୍ୟ ଯୋଗାଇବା ସହିତ ପୁରୀ ଜିଲ୍ଲା ପ୍ରଶାସନକୁ ସହଯୋଗ କରିଥିଲେ! ଏଥିରେ ମାଲକାନଗିରି ଯୁବ ରେଡ କ୍ରସ ର ଜିଲ୍ଲା ଆବାହକ ତଥା ସମ୍ପାଦକ ଡ଼ଃ ରଞ୍ଜନ କୁମାର ସ୍ୱାଇଁ, ଏବଂ ଜୁନିଅର ରେଡ କ୍ରସ ତରଫରୁ ଜିଲ୍ଲା ଜୁନିଅର ଅଫିସର ରଶ୍ମି ରଞ୍ଜନ ଜେନା ଓ ଜିଲ୍ଲା ସାଧନକର୍ମୀ ନିରଞ୍ଜନ ମହାରଣା ଯୁବ ରେଡ କ୍ରସ ର ସ୍ବେଛାସେବୀ ଅନନ୍ତ ବାଞ୍ଜାମୀ, ବୁଢା ସୀସା ଓ ସୁରଜ ହନ୍ତାଳ ଏହି ସେବାରେ ଯୋଗ ଦାନ କରିଥିଲେ! ଏହି ଶିବିର ର ଉଦଘାଟନ ଉତ୍ସବରେ ରାଜ୍ୟପାଳ ତଥା ରେଡ କ୍ରସ ସୋସାଇଟି ଓଡିଶା ଶାଖା ର ସଭାପତି ମାନ୍ୟବର ଶ୍ରୀଯୁକ୍ତ ରଘୁବର ଦାସ, ଉଚ୍ଚ ଶିକ୍ଷା, କ୍ରୀଡାଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ମୁକେଶ ମହାଳିଙ୍ଗ ଓ ଅବୈତନିକ ସଚିବ ବିଭୁତି ଭୂଷଣ ପଟ୍ଟନାୟକ ରେଡ କ୍ରସ ସୋସାଇଟି ର ସ୍ଵେଛାସେବୀଙ୍କ କାର୍ଯ୍ୟ କଳାପକୁ ଭୁୟସୀ ପ୍ରସଂଶା କରିଥିଲେ!
Related Stories
November 22, 2024