ନୂଆଦିଲ୍ଲୀ, ବିଶ୍ୱ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସଂଯୁକ୍ତ ମହାମନ୍ତ୍ରୀ ଡ.ସୁରେନ୍ଦ୍ର ଜୈନ ରବିବାର କହିଛନ୍ତି ଯେ, କଂଗ୍ରେସରେ ଥିବା ହିନ୍ଦୁମାନଙ୍କୁ ରାହୁଲ ଗାନ୍ଧିଙ୍କ ହିନ୍ଦୁଦ୍ରୋହୀ ମାନସିକତାରୁ ସାବଧାନ ରହିବା ଉଚିତ । ସେ କହିଛନ୍ତି ଯେ, ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନ ସଂପର୍କରେ ରାହୁଲ ଗାନ୍ଧିଙ୍କ ବୟାନ ମିଛ ତଥା ହିନ୍ଦୁମାନଙ୍କ ପ୍ରତି ଘୃଣାରେ ଭରିରହିଛି । ଆଡଭାନୀଙ୍କ ଦ୍ୱାରା ବାହାର କରାଯାଇଥିବା ରଥଯାତ୍ରାର ଏହି ସଂପୂଣ୍ଣ୍ଣ ସଂଘର୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି । କିନ୍ତୁ ରାହୁଲ ଗାନ୍ଧି କହୁଛନ୍ତି ଯେ, ରାମ ଜନ୍ମଭୂମିର ସଂଘର୍ଷ ଏହି ଯାତ୍ରାରୁ ଆରମ୍ଭ ହୋଇଛି ତାଙ୍କ ଅଜ୍ଞାନତାର ପରିଚୟ ଦେଇଥାଏ ।