ଭୁବନେଶ୍ୱର, ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଭାବ ଓ ଭକ୍ତିରେ ଭିଜିଛି ପୂରା ରାଜ୍ୟ । ରାଜ୍ୟର ବିଭିନ୍ନ ଜଗନ୍ନାଥ ମନ୍ଦିର ଲୋକାରଣ୍ୟ ହୋଇପଡିଛି । ଭୋରୁ ଭୋରୁ ବିଭିନ୍ନ ମନ୍ଦିରରେ ରୀତିନୀତି ଅନୁଯାୟୀ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଏହାପରେ ମଙ୍ଗଳ ଆଳତୀ କରାଯାଇ, ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା । ଶ୍ରୀକ୍ଷେତ୍ର ସମେତ କଟକ, ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରର ଆରସିଏମ ଜଗନ୍ନାଥ ମନ୍ଦିର, ଇସ୍କନ ଓ ପଟିଆ କିଟ୍ ଜଗନ୍ନାଥ ମନ୍ଦିର, ବାଣୀବିହାର ସ୍ଥିତ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ତେବେ ପ୍ରବଳ ବର୍ଷା କାରଣରୁ ଇସ୍କନ ସମ୍ମୁଖ ଜଳମଗ୍ନ ହୋଇପଡିଛି । ଅସରଏ ବର୍ଷାରେ ଭାସିଲା ଇସ୍କନ ମନ୍ଦିର, ବୁଡିଲା ରଥ, ଭାସିଲା ଗାଡିମୋଟର ।ଅଧଘଂଟା ଧରି ଯାତାୟତ ଠପ୍ ହୋଇପଡିଥିଲା । ଭଦ୍ରକର କେଶପୁରରେ ଥିବା ହରିବୋଲ କ୍ଷେତ୍ରରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଖଲ୍ଲିକୋଟ ସ୍ଥିତ ଦ୍ୱିତୀୟ ଉଚ୍ଚତମ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଚିଲିକାର ନୀଳ ଜଳରାଶିରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ଚିଲିକା ବ୍ଲକ ଅନ୍ତର୍ଗତ ନଇରି ଗାଁ ଜଜଗନ୍ନାଥ ଲୀଳାକ୍ଷେତ୍ର ଭାବେ ପରିଚିତ କାଙ୍କଣ ଶିଖରୀ ଧାମରେ ରଥଯାତ୍ରା ଅନୁଷ୍ଠିତ ହୋଇଛି । ତିନୋଟି ନୌକାକୁ ଗୋଟିଏ ଦୌଡି ବନ୍ଧାହୋଇ ରଥନିର୍ମାଣ କରାଯାଏ ।
Related Stories
November 22, 2024