ଡେରାଡୁନ, ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ ବାଧାପ୍ରାପ୍ତ ହୋଇଛି । ପାଣିପାଗ ବିଭାଗର ରେଡ ଆଲର୍ଟ ପରେ ସରକାର ବି ଆଲର୍ଟ ହୋଇଛନ୍ତି । ପାହାଡରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନର ବିପଦ ଦେଖାଦେଇଛି । ଏବେ ଚାରିଧାମ ଯାତ୍ରା ବି ଥମିଯାଇଛି । ଲୋକଙ୍କୁ ବୁଝିବିଚାରି ବାହାରକୁ ବାହାରିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ରାଯାଇଛି । ବର୍ଷା ସମୟରେ ଯାତ୍ରା ନକରିବାକୁ ଚାରିଧାମ ଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦିଆଯାଇଛି । ବର୍ଷା ହେଲେ ଯେଉଁଠାରେ ଅଛନ୍ତି, ସେଠାରେ ରହିବାକୁ କୁହାଯାଇଛି । ଅନ୍ୟପଟେ ସମସ୍ତ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନରେ ରହବାକୁ ସେ ସମସ୍ତ ଲୋକଙ୍କୁ ଅପିଲ କରିଛନ୍ତି ।