ନୂଆପଡା- ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୧ ଠାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ସାମାଜିକ କର୍ମୀ ଏ.ଭି.ସ୍ୱାମୀଙ୍କ ପରଲୋକରେ ଏକ ଶୋକସଭା ଖଡିଆଳର ବିଭିନ୍ନ ସଂଗଠନ ପକ୍ଷରୁ ଅନୁÂିତ ହୋଇଯାଇଛି । ଏହି ଅବସରରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରି ତାଙ୍କର ସ୍ମୃତୀ ଚରାଣ କରାଯାଇଥିଲା । ବରିÂ ସଦସ୍ୟ ଡୋଳାମୋହନ ସିଂବାବୁ, ଅବନୀ ମୋହନ ପାଣିଗ୍ରାହୀ, ଡଃ.ପଦ୍ମଲୋଚନ ବର୍ମା, ମହେନ୍ଦ୍ର ଯୋଶୀ, ଘନଶ୍ୟାମ ଭିତରୀଆ, ଠାକୁରଦାସ ମହାନନ୍ଦ, ସୁରେନ୍ଦ୍ର କୁମାର ସୁରେଶ ଚଲାନ, ଜିତେନ୍ଦ୍ରନାଥ ପାଢୀ, ଭୂତେଶ ମେହେର, ଜଗା ନାଏକ, ହରେରାମ ମାଝୀ, ଚନ୍ଦ୍ରଶେଖର ବେହେରାଙ୍କ ସମେତ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଗତ ଡିସେମ୍ବର ୩୧ ତାରିଖ ଦିନ ଏଭି ସ୍ୱାମୀଙ୍କର ଖରିଆର ରୋଡ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଥିଲା ।
Related Stories
November 23, 2024