ମୁମ୍ବାଇ, ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଜିକା ଭାଇରସର 5 ନୂଆ ରୋଗୀ ଚିହ୍ନଟ ହେବା ପରେ ପ୍ରଶାସନ ସତର୍କ ହୋଇଛି । ଏହି 5ଜଣଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଶନିବାର ସନ୍ଧ୍ୟାରେ ସମସ୍ତଙ୍କ ରକ୍ତ ନମୁନାରେ ଜିକା ଭାଇରସର ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରେ 3ଜଣ ଗର୍ଭବତୀ ମହିଳା ଅଛନ୍ତି । ପୁଣେରେ ଏବେ ମୋଟ 11ଟି ମାମଲା ସାମ୍ନାକୁ ଆସିଛି । ଏହାପରେ ପୁଣେ ନଗର ନିଗମ ନାଗରିକଙ୍କୁ ସାବଧାନ ରହିବାକୁ ଅପିଲ କରିଛି । ପୁଣେରେ ଚିହ୍ନଟ ସମସ୍ତ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ଜାରି ରହିଛି ।