ଭୁବନେଶ୍ୱର, ପବିତ୍ର ରଥଯାତ୍ରା ୨୦୨୪ ଉପଲକ୍ଷେ ପୁରୀ ବଡଦାଣ୍ଡର ବଡ଼ଶଙ୍ଖ ଠାରେ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏକ ସ୍ଵାସ୍ଥ୍ୟ ଶିକ୍ଷା ପ୍ରଦର୍ଶନୀ ଆୟୋଜନ କରାଯାଇଛି l ଏଥିରେ ସଂକ୍ରାମକ ରୋଗ, ଅଣସଂକ୍ରାମକ ରୋଗ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ସ୍ଵାସ୍ଥ୍ୟ ଆଧାରିତ ଅନେକ ଯୋଜନା ଉପରେ ସଚେତନତା ବାର୍ତ୍ତା ପ୍ରଦର୍ଶିତ ହୋଇଛି ।
ଏହି ପ୍ରଦର୍ଶନୀ କକ୍ଷକୁ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଶୁଭଉଦଘାଟନ କରିଥିଲେ l ଏହି ପ୍ରଦର୍ଶନୀ ନଅ ଦିନ ବ୍ୟାପି ଚାଲୁ ରହିବା ସହିତ ପ୍ରତ୍ୟେକଦିନ ସନ୍ଧ୍ୟାରେ ସାଂସକୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵାସ୍ଥ୍ୟ ଜନିତ ବାର୍ତ୍ତା ମଧ୍ୟ ଦିଆଯିବ l
ଅନ୍ୟମାନଙ୍କ ମଧ୍ୟରେ ସ୍ଵାସ୍ଥ୍ୟ ସେବା ନିର୍ଦ୍ଦେଶକ ଡକ୍ଟର ବିଜୟ କୁମାର ମହାପାତ୍ର, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅମରେନ୍ଦ୍ର ନାଥ ମହାନ୍ତି, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର ଏବଂ ସ୍ଵାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l