ଜମ୍ମୁ– ଅମରନାଥ ଗୁମ୍ଫା ତୀର୍ଥଯାତ୍ରା ପାଇଁ ୬୧୪୫ ତୀର୍ଥଯାତ୍ରୀଙ୍କ ଏକ ଦଳ ଜମ୍ମୁର ଭଗବତୀ ନଗର ଯାତ୍ରୀ ନିବାସ ବେସ୍ କ୍ୟାମ୍ପ ରୁ କାଶ୍ମୀର ଘାଟି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ତୀର୍ଥଯାତ୍ରୀଙ୍କ ଏହି ଦଶମ ଦଳ ୨୩୮ଟି ଗାଡିରେ ଦୁଇଟି ପୃଥକ୍ ପୃଥକ୍ କାଫିଲାରେ ଯାତ୍ରା କରିଛନ୍ତି ।
ଚଳିତ ବର୍ଷ ଏ ପର୍ଯ୍ୟନ୍ତ ଦେଶରୁ ୧.୬୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ୩୮୮୦ ମିଟର ଉଚ୍ଚ ଏହି ଗୁମ୍ଫା ମନ୍ଦିରରେ ବାବାଙ୍କ ଦର୍ଶନ କରି ସାରିଲେଣି ।