
-
ଆସନ୍ତା ବର୍ଷ ଶେଷ ଥର ପାଇଁ ରିଙ୍ଗକୁ ଓହ୍ଲାଇବେ
ନୂଆଦିଲ୍ଲୀ, ଡବ୍ଲୁଡବ୍ଲୁଇ ଇତିହାସର ମହାନ୍ ରେସଲର୍ ଜନ୍ ସିନା ସନ୍ୟାସ ନେବା ନେଇ ଘୋଷଣା କରିଛନ୍ତି । ସେ ଆସନ୍ତା ବର୍ଷ ୨୦୨୫ ରେ ଶେଷ ଥର ପାଇଁ ଡବ୍ଲୁଡବ୍ଲୁଇ ର ରିଙ୍ଗ କୁ ଓହ୍ଲାଇବେ । ଏହି ଖବର ତାଙ୍କ ପ୍ରଶଂସକଙ୍କୁ ନିରାଶ କରିଛି ।
କାନାଡ଼ାର ଟୋରଂଟୋରେ ଆୟୋଜିତ ଡବ୍ଲୁଡବ୍ଲୁଇ ମନି ଇନ ଦ ବ୍ୟାଙ୍କ ର ଲାଇଭ୍ ମ୍ୟାଚ୍ ସମୟରେ ଜନ୍ ସିନା ନିଜ ଅବସର ବାବଦରେ ଘୋଷଣା କରିଛନ୍ତି । ଡବ୍ଲୁଡବ୍ଲୁଇ ପକ୍ଷରୁ ଏହାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପୋଷ୍ଟ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଜନ୍ ସିନା ୧୬ ଥର ବିଶ୍ଵ ଟାଇଟଲ୍ ଜିଣିଛନ୍ତି । ୪୭ ବର୍ଷିୟ ଜନ୍ ସିନା ୨୦୦୧ ରେ ରେସଲିଙ୍ଗ ଦୁନିଆରେ ପାଦ ରଖିଥିଲେ ।