
ନୂଆଦିଲ୍ଲୀ,ମହାନ ବିଚାରକ ତଥା ପ୍ରଖର ଶିକ୍ଷାବିତ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛି ଦେଶ । ଶନିବାର ସମ୍ବିଧାନ ସଦନର ସେଂଟ୍ରାଲ ହଲରେ ରାଜ୍ୟସଭାର ଉପସଭାପତି ହରିବଂଶ ନାରାୟଣ ସିଂହ, ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରନ ରିଜିଜୁ, ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ପାର୍ଟିର ଅନ୍ୟ ନେତାମାନେ ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି । ରାଷ୍ଟ୍ର ପାଇଁ ପ୍ରାଣବଳୀ ଦେଇଥିବା ଭାରତ ମାତାର ମହାନ ସୁପୁତ୍ର ଡ.ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର ଆଜି 123ତମ ଜୟନ୍ତୀ ଅଟେ ।