ନୂଆଦିଲ୍ଲୀ, ରାୟବରେଲିରୁ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଥିରୁ ଆର୍ମଷ୍ଟ୍ରଙ୍ଗଙ୍କ ପରିବାର,ବନ୍ଧୁ ଓ ସମର୍ଥକଙ୍କ ପ୍ରତି ନିଜ ସମବେଦନା ବ୍ୟକ୍ତ କରିଛନ୍ତି ।
ଶନିବାର ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ରାହୁଲ ଗାନ୍ଧି କହିଛନ୍ତି ଯେ, ବହୁଜନ ସମାଜ ପାର୍ଟିର ତାମିଲନାଡୁ ପ୍ରମୁଖ ଥିରୁ ଆର୍ମଷ୍ଟ୍ରଙ୍ଗଙ୍କ କ୍ରୁର ଓ ଘୃଣିତ ହତ୍ୟାରେ ମର୍ମାହିତ ହୋଇଛି । ତାଙ୍କ ପରିବାର, ବନ୍ଧୁ ଓ ଅନୁଗାମୀଙ୍କ ପ୍ରତି ମୋର ହାର୍ଦ୍ଦିକ ସମବେଦନା ଜଣାଉଛି ।
ରାହୁଲ ଗାନ୍ଧି ଆଗକୁ କହିଛନ୍ତି ଯେ, ତାମିଲନାଡୁ କଂଗ୍ରେସର ନେତା ତାମିଲନାଡୁ ସରକାରଙ୍କ ସହିତ ଲଗାତର ସଂପର୍କରେ ଅଛନ୍ତି ଏବଂ ମୋର ବିଶ୍ୱାସ ଯେ, ସରକାର ଏହା ସୁନିଶ୍ଚିତ କରିବ ଯେ, ଦୋଷୀଙ୍କୁ ଶୀଘ୍ର ନ୍ୟାୟର କାଠଗଡାକୁ ଅଣାଯାଉ ।
ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଜୁଲାଇ 5 ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ବହୁଜନ ସମାଜ ପାର୍ଟିର ପ୍ରଦେଶ ଅଧ୍ୟକ୍ଷଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ପୋଲିସ ମୁତାବକ 47 ବର୍ଷୀୟ ଥିରୁ ଆର୍ମଷ୍ଟ୍ରଙ୍ଗ ପେରମ୍ବୁର ଅଂଚଳରେ ନିଜ ଘର ନିକଟରେ ସାଙ୍ଗ ମାନଙ୍କ ସହ କଥା ହେଉଥିଲା, ସେତେବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା ।