
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ମସୁଦ ପେଜେଶକିୟନଙ୍କୁ ଇସଲାମୀ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ନିର୍ବାଚନ ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଇସଲାମୀ ଗଣରାଜ୍ୟ ଇରାନର ରାଷ୍ଟ୍ରପତି ଚୟନ ହେବା ପରେ ମସୁଦ ପେଜେଶକିୟନଙ୍କୁ ଶୁଭେଚ୍ଛା । ଆମର ଲୋକ ଓ ଅଂଚଳର ଲାଭ ପାଇଁ ଆମର ମଧୁର ଓ ଦୀର୍ଘକାଳୀନ ଦ୍ୱିପାକ୍ଷିକ ସଂପର୍କକୁ ଆହୁରି ମଜବୁତ କରିବା ପାଇଁ ମିଳିତ ଭାବେ କାମ କରିବାର ଆଶା କରୁଛୁ ।