ନୂଆଦିଲ୍ଲୀ– ଭାରତ ରାଷ୍ଟ୍ର ସମିତିରୁ ନିକଟରୁ କଂଗ୍ରେସରେ ସାମିଲ ହୋଇଥିବା ବରିଷ୍ଠ ରାଜନେତା କେ.କେଶବ ରାଓଙ୍କୁ କ୍ୟାବିନେଟ ଦର୍ଜା ସହିତ ତେଲେଙ୍ଗାନା ସରକାରର ପରାମର୍ଶଦାତା ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ଏ ସଂପର୍କରେ ଶନିବାର ତେଲେଙ୍ଗାନା ସରକାର ଦ୍ୱାରା ଏକ ନିର୍ଦ୍ଦେଶ ଜାରି କରାଯାଇଛି ।
କେଶବ ରାଓ ବିଆରଏଓରେ ସାମିଲ ହେବାର 11 ବର୍ଷ ପରେ ନିକଟରେ କଂଗ୍ରେସରେ ସାମିଲ ହୋଇଛନ୍ତି । ମିଳିତ ଆନ୍ଧ୍ରପ୍ରଦେଶରେ କଂଗ୍ରେସ କମିଟିର ପୂର୍ବତନ ଅଧ୍ୟକ୍ଷ ଥିବା କେଶବ ରାଓ ନିକଟରେ ବିଆରଏସକୁ ଛାଡି ଥିଲେ । ସେ ରାଜ୍ୟସଭା ସଦସ୍ୟ ପଦରୁ ବି ଇସ୍ତଫା ଦେଇଥିଲେ, ଯାହା ତାଙ୍କୁ ବିଆରଏସରୁ ମିଳିଥିଲା ।