ଭୁବନେଶ୍ୱର– ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ଙ୍କ ପ୍ରତିମୂର୍ତି ରେ ପୁଷ୍ପଗୁଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଣ୍ଡିତ ଗୋପବନ୍ଧୁ ଏକା ଧାରାରେ ଜଣେ ଦେଶସେବକ, ଜନ ନାୟକ, ସ୍ୱାଧୀନତା ସଂଗ୍ରାମୀ, କବି, ଲେଖକ ଓ ଆଦର୍ଶ ଶିକ୍ଷକ ଥିଲେ । ସତ୍ୟବାଦୀରେ ପ୍ରତିଷ୍ଠିତ ମଣିଷ ତିଆରି କାରଖାନା ସତ୍ୟବାଦୀ ବନବିଦ୍ୟାଳୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବ । ଓଡ଼ିଆ ନବଯୁଗର ପ୍ରବର୍ତକ ଥିଲେ ଗୋପବନ୍ଧୁ ଥିଲେ ଗୋପବନ୍ଧୁ ବୋଲି ସେ କହିଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଓଡିଆ ଭାଷା ସାହିତ୍ୟ ର ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ଚିର ସ୍ମରଣୀୟ । ଉତ୍କଳମଣି ଗୋପବନ୍ଧୁ ବାସ୍ତବିକ୍ ଥିଲେ ଯୁଗପୁରୁଷ, ପୂନ୍ୟଶ୍ଲୋକ,ଓ ଦିନବନ୍ଧୁ ବୋଲି କହି ବନ୍ୟା, ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟ ରେ ଓଡ଼ିଶା ବାସୀଙ୍କୁ ସାହାଯ୍ୟ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ପେଡ୍ ମା କେ ନାମ୍ ଅଭିଯାନରେ ବିଧାନସଭା ପରିସର ରେ ଏକ ରୁଦ୍ରାକ୍ଷ ଚାରା ରୋପଣ କରିଥଲେ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ, ବାଚସ୍ପତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।