
ରାଉରକେଲା– ରାଉରକେଲା ସହରରେ ବିଜେପି ନେତା ଦିଲୀପ ରାୟ ବିଜେଡି ଠାରୁ ଗତ ନିର୍ବାଚନରେ ହାରିବା ପରେ ସେ ବିଜେଡି ବିଧାୟକଙ୍କ ବିରୋଧରେ ହାଇକୋର୍ଟ ଯାଇଛନ୍ତି। ମାନ୍ୟବର ଅଦାଲତ ସେ ମାମଲାର ବିଚାର କରି ରାୟ ଶୁଣାଇବା ଯାଏ ଏବେ ରାଉରକେଲାର ଦିଲୀପ ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରିବା ଆରମ୍ଭ କରିଛି, କଥା ହେଲା ବିଜେଡି ବିଧାୟକଙ୍କ ପାଖକୁ ସେମାନେ ଯିବେନି, ଗଲେ ବି ତାଙ୍କର ଦେଖା ମିଳେନି, ଏତିକି ବେଳେ ସେମାନେ ଯାହାକୁ ଭୋଟ ଦେଇଥିଲେ ଅର୍ଥାତ ଦିଲୀପ ରାୟ ସେମାନଙ୍କୁ ସବୁବେଳେ ମିଳିବା ସମ୍ଭବ ନୁହେଁ, କାରଣ ତାଙ୍କର ବ୍ୟବସାୟ ଠାରୁ ଆରମ୍ଭ କରି ନାନାଦି କାମ ବାହାରେ ରହିଥାଏ, ତେଣୁ ସେ ରାଉରକେଲାରେ ସବୁବେଳେ ରହିବା ସମ୍ଭବ ନୁହେଁ, ଏତିକି ବେଳେ ସେମାନେ କାହାକୁ ଭେଟି ସେମାନଙ୍କ ଗୁହାରୀ ଶୁଣାଇବେ ।
ଅନ୍ୟପକ୍ଷରେ ରାଉରକେଲାରେ ଅନେକ ସମସ୍ୟା ରହିଛି ପ୍ରତିଦିନ ନେତା ମାନଙ୍କ ପାଖକୁ ଲୋକଙ୍କର ସୁଅ ଛୁଟିଥାଏ, ନେତା ନରହିଲେ ଏଠି ଅଫିସରେ ମାନଙ୍କର ରାଜ ଭୟଙ୍କର ଭାବେ ଥାଏ , ଅଫିସର ମାନେ ଠିକା କାମ ଠାରୁ ଆରମ୍ଭ କରି ସରକାରୀ ଡାକ୍ତରଖାନାରେ ଲୋକଙ୍କୁ ସେବା ହେଉ କିମ୍ବା ଶିକ୍ଷା ବ୍ୟବସ୍ଥା ସବୁଥିରେ ଅଫିସର ମାନେ ନେତା ମାନଙ୍କୁ ଅଣଦେଖା କରି ନିଜର ଅଫିସର ରାଜ ଚଳାଇ ଲୋକଙ୍କୁ ଲୁଟିବା ସରକାରୀ ପଇସାକୁ ହରିଲୁଟ କରିବା ଭଳି ଦିର୍ଘ ୨୪ ବର୍ଷରେ ଅନେକ ଉଦାରଣ ରହିଛି, ତେଣୁ ଏସବୁରୁ ବ୍ୟବସ୍ଥାକୁ ବଂଚାଇବା ଲାଗି ସବୁବେଳେ ରାଉରକେଲାରେ କିଏ ନଜର ରଖିବ ବୋଲି ଆଲୋଚାନା ଆରମ୍ଭ ହୋଇଛି । ବିଗତ ଦିନରେ ବିଜୁ ବାବୁଙ୍କ ସରକାର ସମୟରେ ଦିଲୀପଙ୍କ କ୍ଷମତା ସମୟରେ ସେ ଯେଉଁ ମାନଙ୍କୁ କ୍ଷମତା ଦେଇଥିଲେ ସେତେବେଳେ ଯାହା ସେମାନେ କଲେ ଓ ତାଙ୍କ ଛବି କଣ ରହିଲା ସେ ତାକୁ ଅନୁଭବ କରିଥିବେ ନିଶ୍ଚୟ । ବର୍ତମାନ ତାଙ୍କ ପାଖରେ ଅନେକ ଲୋକ ଅଛନ୍ତି, ବିଭିନ୍ନ ଦଳରୁ ଅନେକ ନେତା ତାଙ୍କ ପାଖକୁ ଆସିବା ସହ ପୂର୍ବରୁ ନଧ୍ୟ ଅନେକ ନେତା ତାଙ୍କୁ ଘେରି ରହିଛନ୍ତି, ସେମାନଙ୍କ ମଧ୍ୟରେ ମଧ୍ୟ ଏବେ ଏକ ପ୍ରକାର ପ୍ରତିଯୋଗୀତା ଆରମ୍ଭ ହୋଇଛି କିଏ ଦିଲୀପଙ୍କ ପ୍ରତିନିଧି ହେବ, ହାରିଯାଇଥିବା ଦିଲୀପ ଏବେ ବିଧାୟକଙ୍କ ଠାରୁ ମଧ୍ୟ ଅନେକ ଲୋକପ୍ରିୟ, ଏତିକି ବେଳେ ପ୍ରତିଦିନ ତାଙ୍କ କଲ୍ୟାଣି ପାଖରେ ଲାଗୁଛି ଭିଡ, ସେ ସହରରେ ଯେଉଁ ଦୁଇ ଦିନ ରହୁଛନ୍ତି ସେ ଦିନ ଗୁଡିକରେ ସେ ତାଙ୍କ ଫିଲ୍ଡ ବୁଲା ସକାଳ ୫ଟାରୁ ଆରମ୍ଭ କରୁଛନ୍ତି, ତଥାପି ଅନେକ ତାଙ୍କୁ ଭେଟି ପାରୁ ନାହାନ୍ତି, ସରକାରୀ ବାବୁ ମାନେ ମଧ୍ୟ ଦିଲୀପଙ୍କ ପ୍ରତିନିଧି କିଏ ତାଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ରାଉରକେଲା ମିଡିଆ ମଧ୍ୟ ବିଭିନ୍ନ ଖବର ଲାଗି ତାଙ୍କ ପ୍ରତିକ୍ରିୟା ଲାଗି ଅପେକ୍ଷା କରୁଛି, ତଥାପି ପ୍ରତିକ୍ରିୟା ମିଳୁନି । ଏଭଳି ସମସ୍ୟା ଭିତରେ ରାଉରକେଲା ର ପୂର୍ବତନ ବିଧାୟକ ତଥା ବିଜେପି ନେତା ପ୍ରଭାତ ମହାପାତ୍ର, ପୁରାତନ ବିଜେପି ନେତା ଧିରେନ ସେନାପତିଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ, ଦିଲୀପଙ୍କ ସହ ପୁରୁଣା ବିଜେପି ସାମିଲ ହେବା କଷ୍ଟକର ବ୍ୟାପାର ହେଉଥିବା କୁହାଯାଉଛି । କାରଣ ଦିଲୀପଙ୍କୁ ଘେରି ରହିଥିବା ଲୋକମାନଙ୍କ ପାଖରେ ପୁରୁଣା ବିଜେପି କେବେ ହେଲେ ସାଲିସ କରିପାରିବ ନାହିଁ, ସେମାନେ ଦିର୍ଘ ଦିନ ଧରି ଦଳରେ ଅଛନ୍ତି, କାଲି ବିଜେପି ଛାପ ନେଇଥିବା ଲୋକ ମାନଙ୍କ ନିର୍ଦ୍ଦେଶକୁ ସେମାନେ ମାନି ପାରିବେ ନାହିଁ ବୋଲି କୁହାଯାଉଛି । ତା ଛଡା ଏଠାରେ ସାଂସଦ ଜୁଏଲ ମଧ୍ୟ ନିଜର ଫିଲ୍ଡ ରଖିଛନ୍ତି, ତାଙ୍କର ମଧ୍ୟ ଅନେକ ଲୋକ ଅଛନ୍ତି, ପୁରୁଣା ବିଜେପି ନେତା ମାନଙ୍କର ରାଜ୍ୟ ସ୍ତରରେ ଅନେକ ଲିଙ୍କ ମଧ୍ୟ ରହିଛି । ଯଦି ଏହିଭଳି ଯିଏ ଯାହାକୁ ଛଅ ପାଆ ହୋଇ ରାଉରକେଲାରେ ବିଜେପି ଚାଲିଲା ତେବେ ଲୋକେ ଅବହେଳିତ ହେବା ସହ ସରକାରୀ ଯୋଜନା ବାଟବଣା ହେବ। ରାଉରକେଲାରେ ବିଜେପି ତାର ସ୍କୋରରୁ ପଛେଇବା ସହ ଦିଲୀପଙ୍କ ଲାଗି ବଡ ସମସ୍ୟା ଠିଆହେବ ତଥା ବିରୋଧୀ ଏହାର ଫାଇଦା ନେବେ ବୋଲି ସାଧାରଣରେ ଆଲୋଚନା ଚାଲିଛି ।